
ସଇଁତଲା, (କେପିଏନ୍ଏସ୍) : ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଜାତୀୟ ପଂଚାୟତିରାଜ ଦିବସ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବା ସହିତ ୬୧୩ ଗୋଟି ଗ୍ରାମ ପଂଚାୟତକୁ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନ, ୬ ଲକ୍ଷ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୩ କିଲୋୱାଟ ପର୍ଯନ୍ତ ସୋଲାର ପ୍ୟାନେଲ ପାଇଁ ୧ଲକ୍ଷ ୩୮ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ, ୩୧୪ ଗୋଟି ବ୍ଲକକୁ ଷ୍ଟାଡିୟମ ଭିତ୍ତି ପ୍ରସ୍ତର ସ୍ଥାପନ ଓ ୨ ଲକ୍ଷରୁ ନୂତନ ସୁଭଦ୍ରା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ । ଏହି ଆବାସୀ ମାଧ୍ୟରେ ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ସମାରୋହ -୨୦୨୫ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଗତ ୨୨ ତାରିଖ କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀଙ୍କ ବର୍ବରତାର ଶିକାର ହୋଇ ଗୁଳିରେ ନିହତ ହୋଇଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୨ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଗଦାଧର ବଗର୍ତି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏବିଡିଓ ଉପେନ୍ଦ୍ର ମାଝୀ ଓ ସରପଞ୍ଚ ଗଜପତି ସାହୁ ପ୍ରମୁଖ ଯୋଗଦାନ କରି ହିତାଧିକାରୀ ମାନଙ୍କୁ ନୂତନ ରେସନ କାର୍ଡ ବଣ୍ଟନ କରିଥିଲେ । ଏହି ଅବସରରେ ବ୍ଲକର ବୁଢାବାହାଲ, ସଇଁତଲା ଓ କୁମ୍ଭାରୀ ପଞ୍ଚାୟତର ୭୦ ଜଣ ହିତାଧିକାରୀଙ୍କୁ ନୂତନ ରେସନ କାର୍ଡ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆକାଉଣ୍ଟ ଅଫିସର ଲଛମନ ଯାନୀ ପରିଚାଳନା କରିଥିବାବେଳେ ଯୋଗାଣ ଅଧିକାରୀ ଦିବ୍ୟଶକ୍ତି ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ରକ୍ରମରେ ସେକ୍ସନ ଅଫିସର ପର୍ଶୁରାମ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, କ୍ୟାସିୟର ତରୁଣାକର ଧରୁଆ, ଜିପିଡିଓ ସୁଷମା ନାୟକ, ସିପି ସୁଦର୍ଶନ ନନ୍ଦ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହେରା, ରୋଜାଲିନ ପରିଡା, ଗୋବିନ୍ଦ ମାଝୀ, ଏପିଓ ବନଜାବାସିନୀ ଦାଶ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ଓଡିଶା ଜୀବିକା ମିଶନ ବିପିଏମ ସୁଧାଂଶୁଶେଖର ବଛା , ଝୁଲଣା ବାଗ, ପିଇଓ ରୁଦ୍ରାକ୍ଷ ଥପା, ଯୋଗାଣ ବିଭାଗର ଡିଓ ସରୋଜ ସାହୁ, ସଂକୀର୍ତନ ବଗର୍ତି ଓ ସତ୍ୟନାରାୟଣ ଛାତ୍ରିଆ, ଅକ୍ଷୟ ସାହୁ, ଅଶୋକ ପ୍ରଧାନ, ରାଜାରାମ ଭୋଇ, ଗୋପୀ ବଗର୍ତି, ରିଚପାଳ ଦୋରା ଙ୍କ ସମେତ ଏମବିକେ, ସିଆରସିପିଏମ ଓ ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକୁ ସଫଳ କରିଥିଲେ ।