ନିଆଁ ଲାଗିଲା ଷ୍ଟାଣ୍ଡ୍‌ରେ ଥିବା ବସ୍‌ରେ

କଟକ : ନିଆଁ ଲାଗି ଜଳିଗଲା ବସ୍‌ । ସୂଚନା ଅନୁସାରେ କଟକ ପାଲା ମଣ୍ଡପ ପାଖରେ ଥିବା ଶ୍ରୀମନ୍ଦିର ବସ୍‌ ଷ୍ଟାଣ୍ଡରେ ଥିବା ବସ୍‌ରେ ନିଆଁ ଲାଗି ଜଳିଯାଇଥିବା ବେଳେ ନିଆଁ ଲାଗିବାର କିଛି ସମୟ ଭିତରେ ଜଳିପୋଡ଼ି ଛାର୍‌ଖାର୍‌ ହୋଇଯାଇଛି ବସ୍‌ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଚିଂ ନିଆଁକୁ ଆୟତ୍ତ କରିଥିଲେ । ପୁଲିସ ପହଚିଂ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବସ୍‌ରେ କେମିତି ନିଆଁ ଲାଗିଲା, ଏପର୍ଯ୍ୟାନ୍ତ ଜଣା ପଡିନାହିଁ ।

Leave A Reply

Your email address will not be published.