ବାଇକ୍‌କୁ ପିଟିଲା ବସ୍ : ୧ ମୃତ, ୧ ଗୁରୁତର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଳାପଥର ଛକ ନିକଟରେ ବାଇକ୍‌କୁ ପିଟିଲା ବସ୍ ଫଳରେ ସ୍ତ୍ରୀର ମୃତ୍ୟ ହୋଇଥିବା ବେଳେ ସ୍ଵାମୀ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଖୁଜେନପାଲିର ପୁଷ୍ପାଞ୍ଜଳି ବାଘ ତାଙ୍କ ସ୍ଵାମୀଙ୍କ ସହ ବାଇକ୍ ଯୋଗେ ଶିବ ମନ୍ଦିର ଯାଉଥିଲେ । କଳାପଥର ଆଗରେ ବୁଲାଣି ରାସ୍ତାରେ ବଲାଙ୍ଗିର ପଟରୁ ଆସୁଥିବା ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା । ଉଭୟ ସ୍ଵାମୀ-ସ୍ତ୍ରୀ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରି ଦମକଳ ବାହିନୀ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସେଠାରେ ପୁଷ୍ପାଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସ୍ଵାମୀ ଗିରିଧାରୀ ବାଘଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

Leave A Reply

Your email address will not be published.

error: Content is protected !!