ବୌଦ୍ଧରେ ଗୁଟଖା, ପାନ ମସଲାର ବ୍ୟାପକ କଳା ବଜାର

ବୌଦ୍ଧ, (ମମତା ମହାକୁର) : କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ମଇ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏହାର ସୁଯୋଗ ନେଇ ବୌଦ୍ଧ ସହର ସମେତ ବାଉଁଶୁଣୀ, ପୁରୁଣା କଟକ, ମନମୁଣ୍ଡା ଓ କଣ୍ଟାମାଳ ଅଞ୍ଚଳରେ ଗୁଟଖା ବ୍ୟବସାୟୀ ଖାଉଟିମାନଙ୍କ ଠାରୁ ଚଢା ଦରରେ ଗୁଟଖା ବିକ୍ରି କରୁଥିବା ଜଣାପଡିଛି । ଯେଉଁ ଗୁଟକା ୫ ଟଙ୍କାରେ ବିକ୍ରି ହେଉଥିଲା ତାହା ୧୦ ଟଙ୍କାରେ ବିକ୍ରି ହେଉଛି । ବ୍ୟବସାୟୀମାନେ ବାହାରୁ ମାଲ ପରିବହନ ହୋଇପାରୁନଥିବା ଆଳଦେଖାଇ ଦରବୃଦ୍ଧି କରିଥିବା ବେଳେ ପ୍ରଶାସନ ମଧ୍ୟ ନିରବଦ୍ରଷ୍ଟା ସାଜିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହରରେ ଏସବୁ ସାମଗ୍ରୀର ହୋଲସେଲିଂ କରୁଥିବା କିଛି ବ୍ୟବସାୟୀ ଆଗକୁ ଲକଡାଉନ ଓ ସଟଡାଉନର ସୁଯୋଗରେ ମୁନାଫା ଉଠାଇବାକୁ ବିପୁଳ ମାତ୍ରାରେ ଗୁଟଖା, ସିଗାରେଟ ଓ ପାନ ମସଲା ପ୍ରଭୁତି ବେଆଇନ ମାଦକ ଦ୍ରବ୍ୟ ଚୋରା ଗୋଦାମରେ ଗଚ୍ଛିତ ରଖି ଚଢା ଦରରେ ଖୁଚୁରା ଦୋକାନୀଙ୍କୁ ବିକ୍ରୀ କରୁଥିବା ଆଲୋଚନା ହେଉଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଚଢାଦରରେ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଦାବି କରିଛନ୍ତି ।

Leave A Reply

Your email address will not be published.

12 + fourteen =

error: Content is protected !!