ଆଜି ବଲାଙ୍ଗିର ଜିଲ୍ଲାରେ ୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୮୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮୦ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୩, ୧୦ରୁ ୧, ୧୧ରୁ ୩, ୧୩ୁ୨, ୧୪ରୁ ୧, ୧୫ରୁ ୭, ୧୬ରୁ ୧, ୧୮ରୁ ୭, ୧୯ରୁ ୪ ୨ରୁ ୧୪, ୨୦ରୁ ୮, ୨୧ରୁ ୨, ୩ରୁ ୨, ୪ରୁ ୫, ୫ରୁ ୪, ୬ରୁ ୧୦, ୭ରୁ ୫ ଓ ୯ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକରୁ ୧୬ ଜଣ, ବଲାଙ୍ଗିର ବ୍ଲକ୍‌ରୁ ୭ ଜଣ, ବଙ୍ଗୋମୁଣ୍ଡା ବ୍ଳକରୁ ୧୯ ଜଣ, ବେଲପଡ଼ା ବ୍ଲକରୁ ୨୪ ଜଣ, ଦେଓଗାଁ ବ୍ଲକରୁ ୧୯ ଜଣ, ଗୁଡ଼ଭେଲା ବ୍ଲକରୁ ୨୨ ଜଣ, କଂଟାବାଂଜି ଏନ୍‌ଏସିରୁ ୨୮ ଜଣ, ଖପ୍ରାଖୋଲ ବ୍ଲକରୁ ୯ ଜଣ, ଲୋଇସିଂହା ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ୪ ଜଣ, ସଇଁନ୍ତଲା ବ୍ଲକରୁ ୩୮ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରୁ ୨ ଜଣ, ଟିଟିଲାଗଡ଼ ବ୍ଲକରୁ ଜଣେ, ତୁରେକେଲା ବ୍ଲକରୁ ୩୧ ଜଣ, ତୁଷୁରା ଏନ୍‌ଏସି ଅଂଚଳରୁ ୧୪ ଜଣ ଓ ପୁଇଁନ୍ତଲା ବ୍ଲକରୁ ୧୧ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି । ଏବେ ଜିଲ୍ଲାରେ ୨୭୮୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.

two + sixteen =

error: Content is protected !!