om academy

ଲୁଟ୍‌ କରିବା ପାଇଁ ସୁନା ଦୋକାନରେ ବୋମାମାଡ

ଭୁବନେଶ୍ୱର : ଖାରବେଳନଗର ଥାନା ଅଞ୍ଚଳରେ ଲୁଟ୍‌ କରିବା ପାଇଁ ୟୁନିଟ-୪ରେ ଥିବା ଶ୍ରୀଜୁଏଲର୍ସ ସୁନା ଦୋକାନକୁ ଶୁକ୍ରବାର ରାତି ସାଢ଼େ ୯ଟା ବେଳେ ବୋମାମାଡ଼ କରିଥିବା ଜଣାପଡିଛି । ଫଳରେ ସୁନା ଦୋକାନ ମାଲିକ ରମାକାନ୍ତ ମହାରଣା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ରମାକାନ୍ତ ସବୁଦିନ ଦୋକାନ ବନ୍ଦ କରି ଯିବା ସମୟରେ ସାଙ୍ଗରେ ସୁନା ଅଳଙ୍କାର ନେଇ ଯାଆନ୍ତି । ଗତକାଲି ରାତି ସାଢ଼େ ୯ଟା ବେଳେ ସେ ଦୋକାନ ବନ୍ଦ କରୁଥିବା ସମୟରେ ହଠାତ୍‌ ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ଦୋକାନକୁ ଲକ୍ଷ୍ୟ କରି ଦୁଇଟି ବୋମା ଫିଙ୍ଗିଥିଲେ । ଗୋଟିଏ ଦୋକାନରେ ବାଜିଥିଲା ଏବଂ ଅନ୍ୟଟି ରମାକାନ୍ତଙ୍କ ଉପରେ ପଡ଼ିଥିଲା । ଫଳରେ ସେ ପଡ଼ିଯାଇଥିଲେ । ଏହି ସମୟରେ ଜଣେ ଲୁଟେରା ରମାକାନ୍ତଙ୍କ ସୁନା ବ୍ୟାଗ୍‌ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା । ବୋମା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ଏହା ଦେଖି ଲୁଟେରାମାନେ ବ୍ୟାଗ୍‌ ଛାଡ଼ି ପଳାଇଥିଲେ । ଖବର ପାଇ ପୁଲିସ୍‌ ପହଞ୍ଚି ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଛି । ହେଲେ ଲୁଟେରାଙ୍କ ବିଷୟରେ କିଛି ଟେର୍‌ ପାଇ ନଥିବା ଜଣାପଡିଛି ।

Leave A Reply

Your email address will not be published.

1 × five =