ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା : ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା । ୩ ଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନା ଅନୁସାରେ, ଜୁଆ ଖେଳକୁ ନେଇ ଦୁଇ ଗୋଷ୍ଠୀଙ୍କର ଗଣ୍ଡଗୋଳ ଯୋଗୁଁ ଆଜି ଏହି ଆକ୍ରମଣ ହୋଇଛି । ଶନିବାର ସକାଳେ ପୁରୀ ବଡ଼ଦାଣ୍ଡରେ ହୃଷିକେଶ ପଣ୍ଡା, ସମୀର ଦାସ ଓ ଖଗେଶ୍ୱର ସାହୁ ମାର୍କେଟ ଛକରେ ଚା’ ପିଉଥିବା ବେଳେ ହଠାତ୍ ୧୮ ଜଣ ଯୁବକ ମୋଟର ସାଇକେଲରେ ଆସି ସେମାନଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଖଣ୍ଡା ଚୋଟରେ ୩ ଜଣ ଆହତ ହୋଇଥିଲେ । ଏହାପରେ ତୁରନ୍ତ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

3 × five =