ପ୍ରଧାନମନ୍ତ୍ରୀଙ୍କ ୭୦ତମ ଜନ୍ମଦିବସ ଅବସରରେ କରୁଆଁଝରରେ ସେବା ସପ୍ତାହ କାର୍ଯ୍ୟକ୍ରମ : ଗାଁ ସଫେଇ ସହ ବୃକ୍ଷ ରୋପଣ କଲେ ବିଜେପି କର୍ମୀ

ଦେଓଗାଁ, (ମନୀଷ କୁମାର ସାହୁ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସାରା ଭାରତ ବର୍ଷରେ ଗତ ୧୪ତାରିଖରୁ ପାଳନ ହେଉଥିବା ସେବା ସପ୍ତାହ କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର ଗାଁରେ ରବିବାର ଦିନ ଏହି ଉଦଯାପିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ପ୍ରତିନିଧି ଅମିତ ସିଂ ନିନା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବଲାଙ୍ଗିର ୧୨ନଂ ଜୋନ୍ ବିଜେପି ସଭାପତି ବାସୁଦେବ ସିଂ ନିନା ସଭାପତିତ୍‌ତ୍ୱ କରିଥିବା ବେଳେ ପୀତାମ୍ବର ପାଧାନ, ସୁରେଶ ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଗାଁର ପାଠାଗାର ସାମ୍ନାରେ ସଫେଇ କରାଯିବା ସହ ଛୁଟିଗୁଡି ମନ୍ଦିର ସାମ୍ନାରେ ବୃକ୍ଷ ରୋପଣ କରାଯିବା ସହ ଏହି ଜୋନର ୧୩ଟି ପଞ୍ଚାୟତର ମୁଖ୍ୟ କାର୍ୟ୍ୟକର୍ତ୍ତା ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ୭୦ଜଣ କୋଭିଡ ନିୟମ ରକ୍ଷା କରିବା ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେବା ସପ୍ତାହ ପାଳନ କରିଥିଲେ।

Leave A Reply

Your email address will not be published.