ଆଇପିଏଲ୍‌ : ଆମ୍ପେୟାରଙ୍କ ସର୍ଟ ରନ୍‌ ଫଏସଲା ଉପରେ ଉଠିଲା ପ୍ରଶ୍ନ

ଦୁବାଇ : ଗତକାଲି ଆଇପିଏଲ୍‌ର ଦ୍ୱିତୀୟ ମୁକାବିଲା ବହୁତ ରୋମାଂଚକ ହୋଇଥିବା ବେଳେ ଫଇସଲା ହୋଇଛି ସୁପର୍‌ ଓଭର୍‌ରେ । ନିର୍ଦ୍ଧାରିତ ଓଭର୍‌ରେ ସ୍କୋର ସମାନ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍‌ ମାତ୍‌ ଦେଲା କିଙ୍ଗ ଇଲେଭେନ୍‌ ପଞ୍ଜାବକୁ । ଅଷ୍ଟ୍ରେଲିଆର ଧୁରନ୍ଧର ମାର୍କସ୍‌ ଷ୍ଟୋଇନିସ୍‌ ରନିଂ ଓ ବେଟିଂ ଉଭୟରେ ଉତ୍ତମ ପ୍ରଦର୍ଶନ କରି ଦିଲ୍ଲୀର ବିଜୟରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ମୟଙ୍କ ଅଗ୍ରୱାଲ (୬୦ ବଲ୍‌ରେ ୮୯ ରନ୍‌) ବିଜୟର ଦ୍ୱାରଦେଶରେ ନେଇ ଠିଆ କରିଥିଲେ । କିନ୍ତୁ ଘଟିଲା ଅନ୍ୟ କିଛି । ଶେଷ ଓଭର୍‌ରେ ଯେତେବେଳେ ପଞ୍ଜାବର ବିଜୟ ପାଇଁ ୧୩ ରନ୍‌ର ଆବଶ୍ୟକତା ଥିଲା, ସେତେବେଳେ ଷ୍ଟୋଇନସ୍‌ ୧୨ ରନ୍‌ କରିବାକୁ ଦେଲେ ଏବଂ ଦୁଇ ଲଗାତାର୍‌ ବଲ୍‌ (ପଞ୍ଚମ ଓ ଷଷ୍ଠ) ଉପରେ କ୍ରମଶଃ ମୟଙ୍କ ଅଗ୍ରୱାଲ ଏବଂ କ୍ରିସ୍‌ ଜାର୍ଡନ୍‌ଙ୍କୁ ଆଉଟ୍‌ କଲେ । ସବୁଠାରୁ ବେଶୀ ଆକର୍ଷଣୀୟ ଦୃଶ୍ୟ ଥିଲା, ଶେଷ ବଲ୍‌ରେ ବିଜୟ ପାଇଁ ଗୋଟିଏ ରନ୍‌ ମାତ୍ର ଆବଶ୍ୟକ ଥିଲା, ସେତେବେଳେ ଷ୍ଟୋଇନସ୍‌ ଜାର୍ଡନ୍‌ଙ୍କୁ ରବାଡ଼ା ହାତରେ ବେହାଲ୍‌ କରିଦେଲେ, ଯାହାଫଳରେ ମ୍ୟାଚ୍‌ ଚାର୍ଟ (ଦୁଇ ଟିମ୍‌ର ୧୫୭/୮-୧୫୭/୮) ସମାନ ହୋଇଗଲା ଏବଂ ମୁକାବିଲା ସୁପର୍‌ ଓଭର୍‌ ପର୍ଯ୍ୟନ୍ତ ପହଂଚିଥିଲା ।
କିନ୍ତୁ ମ୍ୟାଚ୍‌ ସମୟରେ ଏକ ବିବାଦ ମଧ୍ୟ ସାମ୍‌ନାକୁ ଆସିଥିଲା । ଲକ୍ଷ୍ୟକୁ ଅନୁଧାବନ କରି ପଞ୍ଜାବର ପାଳି ବେଳକୁ ସେକେଣ୍ଡ ଶେଷ ଓଭର୍‌ରେ କିଛି ବିବାଦ ଆସିଥିବା ବେଳେ ଏବେ ପ୍ରଶ୍ନ ଉଠୁଛି ଯେ, କ’ଣ ମ୍ୟାଚ୍‌ ସୁପର୍‌ ଓଭର୍‌କୁ ଯିବାର ଆବଶ୍ୟକ ଥିଲା?

Leave A Reply

Your email address will not be published.