ଦେଶର କିଛି ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ : କରୋନା ସଂକଟ କାଳରେ ଆଜିଠୁ ଦେଶରେ କିଛି ରାଜ୍ୟରେ ସ୍କୁଲ ପୁଣି ଖୋଲିଛି । ଶିକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଯାଏଁ କ୍ଲାସ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ସ୍କୁଲ ଖୋଲାଯିବାକୁ ଅନୁମତି ଦେଇଛନ୍ତି । ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମଧ୍ୟ ରାଜ୍ୟଗୁଡ଼ିକରେ ସ୍କୁଲ ପୁଣି ଖୋଲିବା ସପକ୍ଷରେ ସାଧାରଣ ସହମତି ନାହିଁ । କେତେକ ରାଜ୍ୟରେ ପୁଣି ଲକ୍‌ଡାଉନ୍‌ ଲାଗୁ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । କେତେକ ରାଜ୍ୟରେ ନିୟମିତ ଭାବେ ଅସମ୍ଭାଳ ସଂକ୍ରମଣ ବଢ଼ି ଚାଳିଥିବା ସତ୍ତେ୍ୱ ସରକାର ଲକ୍‌ଡାଉନ୍‌ ଉପରେ କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି । ଏଭଳି ପରିସ୍ଥିତିରେ ହାତଗଣିତି କେତେକ ରାଜ୍ୟରେ ୨୧ ସେପ୍ଟେମ୍ବରରୁ ୯ରୁ ୧୨ ଶ୍ରେଣୀ ପାଇଁ ସ୍କୁଲ ଖୋଲିଯାଇଛି ।

ସରକାରୀ ବିଧିବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀ ସ୍କୁଲକୁ ସେତେବେଳେ ଯାଇ ପାରିବେ, ଯେତେବେଳେ ସେମାନଙ୍କ ଅବିଭାବକଙ୍କ ଲିଖିତ ଅନୁମତି ରହିବ । ଆରମ୍ଭରୁ ୫୦% ଶିକ୍ଷକ ଏବଂ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି । ସ୍କୁଲରେ କରୋନାରୁ ବଂଚିବା ପାଇଁ ମଧ୍ୟ ସମସ୍ତ ପ୍ରକାର ଉପାୟ ଅବଲମ୍ବନ କରାଯାଇଛି । ତେବେ ସୂଚନା ଅନୁସାରେ ହରିଆନା ରାଜ୍ୟରେ କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ ଅନୁସାରେ ଆଜିଠୁ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି । ଆସାମରେ ବି ଆଜି ସ୍କୁଲ ଖୋଲିଛି । ଏହାବ୍ୟତୀତ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ନାଗାଲେଣ୍ଡ, ମେଘାଳୟ, ଆନ୍ଧ୍ରପ୍ରଦେଶରେ ମଧ୍ୟ ସ୍କୁଲ ଖୋଲିବାକୁ ଅନୁମତି ମିଳିଛି । ତେବେ ଚଣ୍ଡିଗଡ଼ରେ ଆଂଶିକ ଭାବରେ ଅନୁମତି ରହିଥିବା ବେଳେ ଗୋଟିଏ କ୍ଲାସ୍‌ ରୁମ୍‌ରେ କେବଳ ୧୫ ଛାତ୍ରଛାତ୍ରୀ ବସିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.