ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୪୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୦୩ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୩୯ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩୦, ବାଲେଶ୍ୱରରୁ ୧୫୫, ବରଗଡ଼ରୁ ୧୧୪, ଭଦ୍ରକରୁ ୧୧୪, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୪୫, କଟକରୁ ୫୯୫, ଦେବଗଡ଼ାରୁ ୧୦, ଢେଙ୍କାନାଳରୁ ୭୧, ଗଜପତିରୁ ୨୭, ଗଂଜାମରୁ ୫୭, ଜଗତସିଂହପୁରରୁ ୧୭୬, ଯାଜପୁରରୁ ୧୩୧, ଝାରସୁଗୁଡ଼ାରୁ ୨୦୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୫୩, କେନ୍ଦ୍ରାପଡ଼ାରୁ ୧୫୫, କେଉଁଝରରୁ ୬୨, ଖୋର୍ଦ୍ଧାରୁ ୬୫୨, କୋରାପୁଟରୁ ୯୦, ମାଲକାନଗିରିରୁ ୬୯, ମୟୁରଭଂଜରୁ ୧୭୧, ନବରଙ୍ଗପୁରରୁ ୫୪, ନୟାଗଡ଼ରୁ ୫୩, ନୂଆପଡ଼ାରୁ ୫୮, ପୁରୀରୁ ୧୮୨, ରାୟଗଡ଼ାରୁ ୧୩୪, ସମ୍ବଲପୁରରୁ ୧୧୩, ସୋନପୁରରୁ ୧୯, ସୁନ୍ଦରଗଡ଼ରୁ ୧୩୩, ଷ୍ଟେଟ୍‌ ପୁଲ୍‌ ୨୦୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୮୪୧୨୨ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୫୬୭୫ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.