ନିଃସହାୟ ବିଧବାଙ୍କ ଦୁଃଖ ଶୁଣ ହୋ ପ୍ରଶାସନ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଖଗସା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଖଗସା ଗାଁର ନିଃସହାୟ ବିଧବା କସ୍ତୁରୀ ବାଗଙ୍କ ଦୁଃଖ କହିଲେ ନସରେ । ତାଙ୍କ ଗୁହାରୀ ଶୁଣୁ ପ୍ରଶାସନ ବୋଲି ସାଧାରଣରେ ଦାବୀ ହୋଇଛି । ସୂଚନାଯୋଗ୍ୟ ଯେ, କସ୍ତୁରୀଙ୍କ ସ୍ୱାମୀ ସାନ ବାଗଙ୍କ ମୃତ୍ୟୁ ପରେ ବିପିଏଲ୍‌. ପରିବାର ହିସାବରେ ୨୦ ହଜାର ଟଙ୍କା ସରକାରୀ ସହାୟତା ମିଳିବା ଉଚିତ । କିନ୍ତୁ ସରପଞ୍ଚଙ୍କୁ ଗୁହାରୀ କରି କରି କସ୍ତୁରୀ ନୟାନ୍ତ ହୋଇ ଗଲେଣି ସିନା, ହେଲେ ମିଳୁନାହିଁ ସେହି ଅନୁଦାନ । ସେହିପରି ଏହି ଗ୍ରାମର ପଦ୍ମା ବାଗ(୬୧) ଓ ବୈଶାଖ ପୁଟେଲ(୬୭) ବାର୍ଦ୍ଧକ୍ୟ ଭତ୍ତା ପାଉ ନଥିବା ଅଭିଯୋଗ ହେଉଛି । ତେବେ ସଂପୃକ୍ତ ପଞ୍ଚାୟତରେ ହିତାଧିକାରୀମାନଙ୍କୁ ଠିକ୍‌ ଭାବରେ ଚିହ୍ନଟ କରାଯାଇ ସରକାରୀ ଯୋଜନାରେ ସାମିଲ୍‌ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

twenty − eighteen =

error: Content is protected !!