pakka

ଅସରାଏ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ୍

bbehera

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ନିକଟସ୍ଥ ଚନ୍ଦନଭାଟି ପଂଚାୟତ ଅର୍ନ୍ତଗତ ବଘଲା ଗ୍ରାମର ସଡକପଡା ମୁଖ୍ୟ ରାସ୍ତା ଅସରାଏ ବର୍ଷାରେ ଯାତାୟତ ଠପ୍ ହୋଇଯାଉଛି । ଏହି ରାସ୍ତା ସାଲେପାଲି ଗ୍ରାମକୁ ସଂଯୋଗ କରିଥିବା ବେଳେ ନିତି ଦିନ ଶହଶହ ଲୋକଙ୍କ ଯାତାୟତ ହୋଇଥାଏ । ହେଲେ ରାସ୍ତାର ବହୁସ୍ଥାନରେ ବଡ ବଡ ଖାଲ ହୋଇ ପାଣି ଜମୁଥିବା ଏବଂ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଅସରାଏ ବର୍ଷାରେ ବନ୍ଧ ପରି ପାଣି ରାସ୍ତା ମଝିରେ ଜମି ଯାଉଛି । ଫଳରେ ବହୁଲୋକ ଯିବା ଆସିବା କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି କୌଣସି କାମରେ ବାହାରକୁ ବାହାରିଲେ ପାଣି ଭିତରେ ଯାଉ ଯାଉ ଖସି ପଡୁଥିବାର ଖବର ମଧ୍ୟ ମିଳୁଛି । ଗୋଟିଏ ଦିନ ବର୍ଷା ହେଲେ ତିନି ଚାରିଦିନ ପର୍ୟ୍ୟନ୍ତ ପାଣି ନିଷ୍କାସନ ହୋଇ ପାରୁନାହିଁ । ଏଣୁ ପ୍ରଶାସନ କର୍ତୃପକ୍ଷ ତୁରନ୍ତ ଏହାର ସ୍ଥାୟୀ ରାସ୍ତା କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

6 − 1 =