ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବୈବର୍ତ୍ତା) : ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଏକ ସେବା ପକ୍ଷ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ କର୍ମୀମାନଙ୍କ ତରଫରୁ ବ୍ଲକ, ମଣ୍ଡଳ ଓ ପଞ୍ଚାୟତସ୍ତରୀୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସହ ମାଠପଡାଠାରେ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ରଥଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଠପଡା ଆରୋଗ୍ୟମ୍ ମନ୍ଦିର ପରିସର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ କୋରାପୁଟ ବ୍ଲଡ୍ ବ୍ୟାଙ୍କର ଏକ ଟିମ୍ ଉପସ୍ଥିତ ରହି ରକ୍ତଦାନ କରୁଥିବା ବୃଦ୍ଧବୃଦ୍ଧାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ସହଯୋଗ କରୁଥିବାର ଦେଖିବାକୁ ମିଳିଛି । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ପୂଜାର୍ଚ୍ଚନା କରାଯାଇ ତାଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ମାଠପଡା ପଞ୍ଚାୟତ ବିଜେପି ସଭାପତି ସୁରେନ୍ଦ୍ର ମୁର୍ଜିଆଙ୍କ ସହିତ ବୌଷ୍ଣତମ ନାୟକ, ବିଶ୍ୱନାଥ ଗୋଲରୀ, କୃଷ୍ଣ ଗୋଲରୀ, ଚିଣ୍ଟୁ ପଣ୍ଡାଙ୍କ ସହିତ ପଞ୍ଚାୟତର ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ ।