jsm

ବୀରମହାରାଜପୁର ବିଜେଡି ପକ୍ଷରୁ ପଦଯାତ୍ରା ଶୁଭାରମ୍ଭ

csstore

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ବୀରମହାରାଜପୁର ମେଳଣ ପଡିଆ ଠାରୁ ଆରମ୍ଭ କରି ସହର ପରିକ୍ରମା କରିବା ସହ ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା, ଜିଲ୍ଲା ସାଧାରଣ ସମ୍ପାଦକ ଧୀରେନ୍ଦ୍ର ନାରାୟଣ ପଣ୍ଡା, ବିବସ୍ୱତୀ ପଣ୍ଡା, ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ରାଜ୍ୟ ମହିଳା ସାଧାରଣ ସମ୍ପାଦକ ସୁଲୋଚନା ହୋତା ଜିଲ୍ଲା ସାଧାରଣ ସମ୍ପାଦକ ଶେଷଦେବ ବାରିକ, ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ, ଚମ୍ପମାଲ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ ସୁବଳୟା ସମିତି ସଭ୍ୟା ଲିଲି ମେହେର, ପ୍ରଦୀପ ମିଶ୍ର, ତୁଳସୀ ଦାସ ହୋତା, ସୁରୁନାରାୟଣ ମହାକୁର, ଲଳିତ ମୋହନ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ଦୟାନିଧି ମେହେରଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତୃବୃନ୍ଦ ଯୋଗଦାନ କରିଥିଲେ । ଆଗାମୀ ଦିନରେ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ନେତୃବର୍ଗ ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.