pakka

ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ପତ୍ନୀ ବିୟୋଗ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହର ତଥା ରାଜ୍ୟର ଜଣାଶୁଣା ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ପତ୍ନୀ ରାଧାରାଣୀ ଦାସ ମହାପାତ୍ରଙ୍କ ୮୩ ବର୍ଷ ବୟସରେ ଛେଣ୍ଡ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାର ପୋଟସାହିର ବାସିନ୍ଦା ସ୍ୱର୍ଗତା ରାଧାରାଣୀଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଥିବା ବେଳେ ସହରର ବହୁ ସାହିତ୍ୟିକ, କବି, ବୁଦ୍ଧିଜୀବୀ, ସମାଜସେବୀ ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ପରେ ସେ ତାଙ୍କର ଦୁଇ ଚକ୍ଷୁଦାନ କରିଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ, ବୋହୁ, ଝିଅ ଜ୍ୟାଇଁ, ନାତିନାତୁଣୀ ଓ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ । ଶେଷରେ ବେଦବ୍ୟାସ ଘାଟ ଠାରେ ପୁଅ ଲଲାଟେନ୍ଦୁ ଦାସ ମହାପାତ୍ର ମୁଖାଗ୍ନି ଦେଇ ଶେଷକୃତ୍ୟ ସଂପନ୍ନ କରିଥିଲେ ।

jay balangir
Leave A Reply

Your email address will not be published.

3 × three =