pakka

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦର ୫୧ତମ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

bbehera
  • ଭାଗ ନେଲେ ୧୪ ଶହରୁ ଅଧିକ ପ୍ରତିଯୋଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲାର ୫୧ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହରିନାରାୟଣ ପୂଜାରିଙ୍କ ଆବାହକତ୍ୱ ତଥା କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ଆଜି ପ୍ରଥମ ଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୪ ଶହରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଦୂରରୁ ଆସିଥିବା ପ୍ରତିଯୋଗୀ ଓ ଅଭିଭାବକମାନଙ୍କ ରହଣି ସକାଶେ ସଂସଦ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିବା ପରିଲକ୍ଷିତ ହୋଇଛି । ଉଦ୍‌ଘାଟନୀ ସମାରୋହରେ ଓଡିଶା ଅଲମ୍ପିକ ଏସୋସିଏସନର ସଭାପତି ଜଗମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କ୍ରୀଡାବିତ୍‌ଙ୍କ ଠାରୁ ଅଭିବାଦନ ଗ୍ରହଣ ପୂର୍ବକ କ୍ରୀଡାଧ୍ୱଜ ଉତ୍ତୋଳନ କରି ପ୍ରତିଯୋଗିତାର ଆରମ୍ଭ ଘୋଷଣା କରିଥିଲେ । ଦକ୍ଷିଣ ଅଷ୍ଟ୍ରେଲିଆର ଏଡିଲେଡ୍‌ ସହର ସ୍ଥିତ ପାଡିଆଟ୍ରିକ୍‌ ଇନ୍‌ଟେନ୍‌ସିଭ୍‌ କେୟାର ୟୁନିଟ, ମହିଳା ଓ ଶିଶୁ ହସ୍‌ପିଟାଲର ସିନିୟର କନ୍‌ସଲଟାଣ୍ଟ ପ୍ରଫେସର ଡା. ଚିତ୍ତ ରଂଜନ ଯୋଷୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କ୍ରୀଡାବିତ୍‌ମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଂଚାସୀନ ଥିଲେ ଉପସଭାପତି ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂହ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଏବଂ ପୂର୍ବତନ ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ବଢେଇ । ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସୁନିଲ କୁମାର ବିଶ୍ୱାଲଙ୍କ ସଂଯୋଜନା, ନିର୍ଦ୍ଦେଶନା ଓ ସହଯୋଗରେ କ୍ରୀଡାବିତ୍‌ମାନେ ପ୍ୟାରେଡ୍‌ରେ କ୍ରୀଡାକ୍ଷେତ୍ର ମଣ୍ଡନ କରିଥିଲେ । ଇଭେଣ୍ଟସ୍‌ ଗୁଡିକୁ ବରିଷ୍ଠ ଓ ଅଭିଜ୍ଞ କ୍ରୀଡାବିତ୍‌ ତଥା କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ପୂର୍ବତନ ବିଧାୟକ ରମାକାନ୍ତ ସେଟ, କ୍ରୀଡା ସଂସଦର ବରିଷ୍ଠ ସଭ୍ୟ ଶାନ୍ତନୁ ସାହୁ, ମଧୁ ବାବୁ, ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, ଭାବଗ୍ରାହୀ ରଥ, ରାଜେନ୍ଦ୍ର ପୁରୋହିତ ସମାରୋହରେ ଉପସ୍ଥିତ ଥିଲେ । ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ଯୁଗ୍ମ ସଂପାଦକ ଶ୍ରୀ ଆଚାର୍ଯ୍ୟ ଓ କ୍ରୀଡା ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ମନୋହରପୁର ପୋଲିସ ବ୍ୟାଣ୍ଡ ପାର୍ଟି ପ୍ୟାରେଡ୍‌ରେ ସହଯୋଗ କରିଥିଲେ ।

ବାଳିକା ୨୩ ବର୍ଷ ବର୍ଗ ୧୦୦ ମି.ରେ ନିରୁପମା ମାଝି, ୧୫୦୦ ମି.ରେ ମନିଷା ହରପାଲ, ଲଙ୍ଗ ଜମ୍ପରେ ଟିକେଶ୍ୱର ଭୋଇ, ସଟଫୁଟ୍‌ ଓ ଡିସକସ୍‌ ଥ୍ରୋରେ ସମୀକ୍ଷା ନନ୍ଦ, ବାଳିକା ୨୦ ବର୍ଷ ବର୍ଗରେ ୧୦୦ ମି.ରେ ଅନିମା ପଟେଲ, ହାଇଜମ୍ପରେ ଅର୍ପିତା ମିଶ୍ର, ଲଙ୍ଗ ଜମ୍ପରେ ଦିପାଲି ସିଂଦେଓ, ବାଳିକା ୧୮ ବର୍ଷ ବର୍ଗରେ ୧୦୦ମି.ରେ ରୀତା ସନ୍ୟାସୀ, ୧୫୦୦ ମି.ରେ ରୀମା ସୁନା, ବାଳିକା ୧୬ ବର୍ଷ ବର୍ଗରେ ତୁଷାର ତନୁଶ୍ରୀ ନାଗ, ୧୪ ବର୍ଷ ବର୍ଗରେ ନମିକା ଦାଶ । ପୁରୁଷ ୧୦୦ ମି.ରେ ଭକ୍ତ ପୋଡ, ୪୦୦ ମି.ରେ ଦିନେଶ ମାଝି, ୧୫୦୦ ମି.ରେ ମହେନ୍ଦ୍ର ଥପା, ହାଇ ଜମ୍ପରେ ରାଜେଶ କୁମାର ମାରାଣ୍ଡି, ସଟଫୁଟ୍‌ ଓ ଜେଭ୍‌ଲିନରେ ଇଲିଏନ ଖାନ । ବାଳକ ୨୩ ବର୍ଷ ବର୍ଗରେ ୪୦୦ମି.ରେ ଜିତେନ୍ଦ୍ର ମଟାରୀ, ୧୫୦୦ ମି.ରେ ଭଜମନ ସୁନା, ବାଳକ ୨୦ ବର୍ଷ ବର୍ଗରେ ୪୦୦ମି.ରେ ରୋଶନ ପଣ୍ଡା, ୧୫୦୦ମି.ରେ ମାନସ ରଂଜନ ପୋଡ, ହାଇଜମ୍ପ ମିଲନ, ବାଳକ ୧୮ ବର୍ଷ ବର୍ଗରେ ୪୦୦ ମି.ରେ ଅନୁଭବ ବୁଡେକ, ୧୫୦୦ମି.ରେ ଲିଙ୍ଗରାଜ ମଲ୍ଲିକ, ବାଳକ ୧୬ ବର୍ଷ ବର୍ଗରେ ୩୦୦ ମି.ରେ ସାସ୍ୱତ ବିଶ୍ୱାଲ, ୮୦୦ମି.ରେ ଅମନ ବରିହା, ମହିଳା ୧୦୦ ମି.ରେ ଗାୟତ୍ରୀ ଧରୁଆ, ୧୫୦୦ ମି.ରେ ରେଶ୍ମାରାଣୀ ବାଗ, ଡିସକସ୍‌ରେ କ୍ରୀଷ୍ଣାମୟୀ ଭନସଲ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

jay balangir
Leave A Reply

Your email address will not be published.

nineteen − 19 =