centurian jitm

ଡେଙ୍ଗପଦର ଗ୍ରାମରେ ବିଷାକ୍ତ ନାଗ ସାପ କାମୁଡ଼ାରେ ମହିଳାଙ୍କ ଅକାଳ ବିୟୋଗ

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ନିକଟସ୍ଥ ଡେଙ୍ଗପଦର ଗ୍ରାମର ବିଳାସ ନାଗ(୫୨)ନାମକ ଜଣେ ମହିଳାଙ୍କ ବିଷାକ୍ତ ନାଗ ସାପ କାମୁଡ଼ାରେ ଅକାଳ ବିୟୋଗ ଘଟିଛି । ଡେଙ୍ଗପଦର ଗ୍ରାମର ଦୁର୍ଯ୍ୟୋଧନ ନାଗଙ୍କ ସ୍ତ୍ରୀ ବିଳାସ ସୋମବାର ଅପରାହ୍ନରେ ତାଙ୍କ ଘରେ ଥିବା ବେଳେ ତାଙ୍କୁ ଏକ ବିଷାକ୍ତ ନାଗ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମୁରିବାହାଲ ସିଏଚ୍‌ସି ଓ ଅବସ୍ଥା ଗୁରୁତର ହେବାରୁ ଟିଟିଲାଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ମହିଳାଙ୍କ ପୁଅ ରମେଶ ନାଗଙ୍କ ଏତଲା ଆଧାରରେ ଥାନା ଏସ୍‌ଆଇ ପ୍ରମୋଦ କୁମାର ପଧାନ ଟିଟିଲାଗଡ ମେଡିକାଲ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମୃତ ମହିଳାଙ୍କ ୩ ପୁଅଝିଅ ବିବାହିତ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେଶ ନଂ ୧୧/୨୫ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଆର୍‌ଆଇଙ୍କ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ଆଧାରରେ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ସାପ କାମୁଡ଼ା ବାବଦ ୪ଲକ୍ଷ ଟଙ୍କା ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଜଗଦୀଶ କର୍ତ୍ତାମୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.