centurian jitm

ଆଦର୍ଶ ପାଠାଗାରର ବିଷୁବ ମିଳନ

nschool
  • ପ୍ରଫେସର ପ୍ରଦୀପ କୁମାର ପଣ୍ଡାଙ୍କୁ ବିଷୁବ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସର୍ବ ପୁରାତନ ସାହିତ୍ୟ ଆନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଚଳିତବର୍ଷ ୨୪ ତମ ବିଷୁବ ମିଳନ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ତଥା ମୁଖପାତ୍ର କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ ଭାବେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପ୍ରଫେସର ତଥା ବିଶିଷ୍ଟ ସାହିତ୍ୟିକ ପ୍ରଦୀପ କୁମାର ପଣ୍ଡା ଯୋଗଦେଇ ଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ନାୟକ ଅନୁଷ୍ଠାନର ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଓଡ଼ିଶାର ଅସ୍ମିତାକୁ ବଜାୟ ରଖିବା ପାଇଁ ସମସ୍ତେ ମିଳିତ ଭାବେ ପ୍ରୟାସ କରିବା ଦରକାର ବୋଲି ମତ ରଖିଥିଲେ । ଏହି ଅବସରରେ ପ୍ରଫେସର ପଣ୍ଡାଙ୍କୁ ତାଙ୍କର ଶିକ୍ଷା ପ୍ରତି ପ୍ରତିବଦ୍ଧତା ଓ ସାହିତ୍ୟ ସର୍ଜନା ପାଇଁ ପାଠାଗାର ପ୍ରଦତ୍ତ ସମ୍ମାନଜନକ ବିଷୁବ ସମ୍ମାନ ୨୦୨୫ରେ ମୁଖ୍ୟଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ମାନପତ୍ର ପାଠ କରିଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତରରେ ପ୍ରଫେସର ପଣ୍ଡା ଅନୁଷ୍ଠାନର କାର୍ୟ୍ୟକ୍ରମକୁ ପ୍ରଶଂସା କରିବା ସହ ଭାଷା ସୁରକ୍ଷା ଓ ଅଧିକରୁ ଅଧିକ ସାହିତ୍ୟ ଓ ସଂସ୍କୃତି ପ୍ରତି ଆନୁଗତ୍ୟ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ଚନ୍ଦନ ସ୍ମୃତି ପୁରସ୍କାର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଶତପଥୀ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସାଧାରଣ ସମ୍ପାଦକ ଶ୍ରୀ ଖୁଣ୍ଟିଆ ବିବରଣୀ ପାଠ କରିଥିଲେ ।ଦ୍ୱିତୀୟ ପର୍ଯ୍ୟୟରେ କବି ତ୍ରିଲୋଚନ ସ୍ୱାଇଁ ଓ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ସର୍ବଶ୍ରୀ ଡା କୃପାସିନ୍ଧୁ ନାୟକ, ସୁସ୍ମିତା ମହାପାତ୍ର, ଡ଼ଃ ସୁମନ ଦତ୍ତ, କୁଞ୍ଜବିହାରୀ ରାଉତ, ଡ଼ଃ ଜୟନ୍ତୀ ପାଢ଼ୀ, ପ୍ରଦୀପ କୁମାର ପଣ୍ଡା, ଅଲ୍ୟଳ ବେହେରା, ଅଙ୍ଗୁରବାଳା ପରିଡ଼ା, ସାଗର ମହାନ୍ତି, କରୁଣାକର ପାଟ୍ଟଶାଣୀ, ସତ୍ୟ ନାରାୟଣ ଦାସ, ପ୍ରତାପରୁଦ୍ର ତ୍ରିପାଠୀ, ରମାକାନ୍ତ ସାମଲ, ରମେଶ ଚନ୍ଦ୍ର ମାଝି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ସର୍ବଶ୍ରୀ ଅଭୟ କୁମାର ଦାସ,ଡା ଉତ୍ତମ ଚରଣ ଜେନା, ବାଉରୀବନ୍ଧୁ ସାହୁ,ଡା ବସନ୍ତ କୁମାର ଦାସ, ବିଜୟ କୁମାର ପାତ୍ର, ଟୁକୁଲା ପାଢ଼ୀ, ପଞ୍ଚାନନ ପାତ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରଳୟ ଶତପଥୀ, ଦୀନବନ୍ଧୁ ରଥ, ପର୍ଶୁରାମ ପଟ୍ଟନାୟକ, ଏମ୍ ମଧୁସୂଦନ, ମନୋଜ କୁମାର ପଣ୍ଡା, ରଘୁନନ୍ଦନ ପାଢ଼ୀ,ଅନିଲ ମଲ୍ଲିକ, ପ୍ରଦୀପ ପଟ୍ଟନାୟକ, ବବିତା ମହାପାତ୍ର,ଲୀନା ବିତ୍ୱାଳଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.