ବିଲୁଆ ଆକ୍ରମଣରେ ୨ ଗୁରୁତର

ସୋର : ଗାଁ ପଡିଆକୁ ଯାଉଥିବା ବେଳେ ଯୁବକଙ୍କୁ ଆକ୍ରମଣ କଲା ଜଙ୍ଗଲି ବିଲୁଆ । ଫଳରେ ଦୁଇ ଜଣ ଯୁବକଙ୍କ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ, ଖଇରା ବ୍ଲକ ଡଗରପଡା ଗ୍ରାମରେ ଭାଗୀରଥି ବାରିକ ଓ ବାବୁ ରାଉତ ଗ୍ରାମ ପାଖରେ ଥିବା ପଡିଆକୁ ଯାଇଥିବା ବେଳେ ଦୁଇଟି ବିଲୁଆ ଅଚାନକ ଆକ୍ରମଣ କରିଥିଲେ । ଆକ୍ରମଣରେ ଦୁଇ ଜଣଙ୍କର ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି । ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଆହତ ଦୁଇ ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

16 − 13 =

error: Content is protected !!