oom

କମ୍ରେଡ ଦ୍ୱାରିକା ମୋହନ ମିଶ୍ରଙ୍କ ଦେହାନ୍ତ

jsmm

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ମାଟିର ଏକ ନିର୍ଭିକ ବ୍ୟକ୍ତିତ୍ୱ ତଥା ଶ୍ରମିକ ନେତା କମ୍ରେଡ ଦ୍ୱାରିକା ମୋହନ ମିଶ୍ର ନିଜ ରେମୁଆଁ ସ୍ଥିତ ବାସଭବନରେ ତାଙ୍କ ଇହଲୀଳା ସମ୍ବରଣ କରିଥିବା ସମ୍ବାଦ ହସ୍ତଗତ ହୋଇଛି । କମ୍ରେଡ ମିଶ୍ର ଏକାଧାରରେ କେବଳ ଶ୍ରମିକ ନେତା ନଥିଲେ, ସମାଜ ସଂସ୍କାର ଦିଗରେ ତାଙ୍କର ବହୁ ମୁଖି ପ୍ରତିଭା କେବଳ ତାଳଚେର ନୁହେଁ ରାଜ୍ୟର ଅନେକ ଲୋକଙ୍କୁ ଆକୃଷ୍ଟ କରୁଥିଲା । ନିଜ ଜୀବନ କାଳରେ ଏହି ଶିଳ୍ପ ପ୍ରବୃଦ୍ଧ ଅଂଚଳରେ ଶ୍ରମିକଙ୍କ ନିମନ୍ତେ ତାଙ୍କର ନିସ୍ଵାର୍ଥପର ସେବା, ବ୍ୟକ୍ତିକୁ ଆପଣା କରିବା ମନୋଭାବ ଯୋଗୁଁ ଜନାଦୃତି ଲାଭ କରିବା ସହ ପ୍ରତେକ ଶ୍ରମିକ ମନରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ, ସମାଜ ସଂସ୍କାର ନିମନ୍ତେ ତାଙ୍କର ଈଶ୍ୱରାଭୀମୁଖି ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଜନତାଙ୍କ ମନରେ ବୌଦ୍ଧିକ ଚେତନା ଜାଗରଣ ନିମନ୍ତେ ପ୍ରଯତ୍ନ କରିବାର ଏକ ନିଆରା ପଦକ୍ଷେପ ଥିଲା । ନିଜର ଶେଷ ଜୀବନରେ ଦତ୍ତାତ୍ରେୟ ଆଶ୍ରମ ପ୍ରତିଷ୍ଠା କରି ସମାଜର ନିଷ୍ପେସିତ ବ୍ୟକ୍ତିଙ୍କୁ ଆଶ୍ରୟ ପ୍ରଦାନ କରିବା ତାଙ୍କ ମାନବୀୟ ଗୁଣର ଏକ ଶ୍ରେଷ୍ଠ ନିଦର୍ଶନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ପରୋପକାରୀ ବ୍ୟକ୍ତି ତଥା ଶ୍ରମିକ ନେତାଙ୍କ ବିୟୋଗରେ ତାଳଚେର ଖଣ୍ଡ ମଣ୍ଡଳରେ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.