om academy

ଟିପିସିଓଡିଏଲ୍‌ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଟିପିସିଓଡିଏଲ୍‌-ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି)ର ସ୍ଥାପନ କରାଯାଇଛି । ଏପରିକି ସ୍ଥାନୀୟ ଗଜପତିନଗର ନିକଟସ୍ଥ ସୈନିକ ସ୍କୁଲଠାରେ ଏହାର ପ୍ରଥମ ତାଲିମ କେନ୍ଦ୍ରର ଶୁଭାରମ୍ଭ ନିକଟରେ ହୋଇଯାଇଛି । ଏହି ଅବସରରେ ଟାଟା ପାୱାରର ଏମ୍‌ଡି ଓ ସିଇଓ ଡ. ପ୍ରବୀର ସିହ୍ନା ଏବଂ ଟିପିସିଓଡିଏଲ୍‌ର ସିଇଓ ଏମ୍‌. ସେନ୍‌ବାଗମ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଭୟ ଟାଟା ପାଓ୍ବାର ଓ ଟିପିସିଓଡିଏଲର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ କମ୍ପାନୀର ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ପ୍ରବୀର ସିହ୍ନା କହିଥିଲେ, ଆମ ସଂସ୍ଥାର ସଂସ୍କୃତି ହେଉଛି ପ୍ରଯୁକ୍ତି ଜରିଆରେ ଆଗକୁ ବଢ଼ିବା ଏବଂ ଉକ୍ତ ସଂସ୍କୃତି ପାଇଁ କର୍ମଚାରୀଙ୍କ ଦକ୍ଷତାରେ ଉନ୍ନତି ଅପରିହାର୍ଯ୍ୟ ହୋଇପଡ଼ିଛି । ସେହିଭଳି ଏକ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ଉତ୍ତମ ଗ୍ରାହକ ସେବାକୁ ନିଶ୍ଚିତ କରିବା ଲାଗି ଆମର ଦକ୍ଷତାଗୁଡ଼ିକରେ ନିୟମିତ ବ୍ୟବଧାନରେ ଉନ୍ନତି ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଯୁକ୍ତି ଭୂମିକାରେ ଉଚ୍ଚ ଦକ୍ଷତା ହାସଲ କରିବା ଲାଗି ଆମ କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ବୋଲି ସେନବାଗମ୍‌ କହିଛନ୍ତି ।

Leave A Reply

Your email address will not be published.