ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ବଜାରରୁ ଘରକୁ ଫେରିବା ବେଳେ ଅଘଟଣ

ସୋର : ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ । ବାଲେଶ୍ୱର ଔପଦା ବ୍ଲକ ଫତେପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଶାଖାର କିରାଣୀ ଅନିରୁଦ୍ଧ ମହାନ୍ତିଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ଖବର ଅନୁଯାୟୀ, ରବିବାର ସନ୍ଧ୍ୟାରେ ସେ ସ୍ଥାନୀୟ ବଜାରୁ ଫତେପୁର ଡିମିରଚୁଆରେ ରହୁଥିବା ଭଡ଼ାଘରକୁ ଫେରୁଥିଲେ । ଫେରିବା ବେଳେ ସେ ପୋଖରୀରେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଖଇରା ମେଡ଼ିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଘର ବାଲେଶ୍ଵର ଜିଲ୍ଲା ବଇଁଚା ଗାଁରେ ହୋଇଥିବା ଵେଳେ ସେ ଫତେପୁର ଠାରେ ଭଡ଼ା ଘର ନେଇ ରହୁଥିଲେ । ହେଲେ ବଜାରରୁ ଫେରୁଥିବା ବେଳେ ସେ କେମିତି ପୋଖରୀରେ ବୁଡିଲେ ସେ ନେଇ ପ୍ରଶ୍ନ ଉଠୁଛି । ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

one × four =