jsm

ପଦ୍ମପୁରରେ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ବିଜୁଳି ମହୋତ୍ସବ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ କଲେଜଠାରେ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ବିଜୁଳି ମହୋତ୍ସବ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଓ ସମ୍ମାନିତ ଅତିଥି ରୂପେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଯୋଗଦେଇ ଜୀବନରେ ବିଜୁଳିର ମହତ୍ଵପୂର୍ଣ୍ଣ ଭୂମିକା ତଥା ଭବିଷ୍ୟତ ପାଇଁ ଶକ୍ତି ସଂଚୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି କେନ୍ଦ୍ର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଉପଭୋକ୍ତାଙ୍କୁ ଦିଆଯାଉଥିବା ସୁବିଧା ଏବଂ ଏହାର ସଦ୍‌ବିନିଯୋଗ ଉପରେ ଆଲୋଚନା କରିଥିଲେ । ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ଭୋଇ, ଅଞ୍ଚଳ କଲେଜର ଅଧ୍ୟକ୍ଷ ଡ଼ଃ ଲଲାଟେନ୍ଦୁ ନାୟକ, ଟିପିଡବ୍ଲୁଓଡିଏଲ୍‌ର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ହୋତା, ଏନ୍‌ଟିପିସିର ଅଧିକାରୀ ବିଦ୍ୟାଭୂଷଣ ମହାପାତ୍ର, ଓପିଟିସିଏଲ୍‌ର ଅଧିକାରୀ ରାଜା ମଣି ବାରିକ ଯୋଗଦେଇ ଥିଲେ । ଏହି ଅବସରରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପାଲା ପରିବେଷଣ କରାଯାଇଥିଲା ।

yuvodaya
Leave A Reply

Your email address will not be published.