jsm

ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ

csstore

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଆଶ୍ରମ ସ୍କୁଲ ଖେଳ ପଡ଼ିଆରେ ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ ହୋଇଯାଇଛି, ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟଟି ଆରମ୍ଭ ହୋଇଥିଲା । ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜେଡି ଉପସଭାପତି ତଥା ବୋଡେନ ସରପଞ୍ଚ ନୃପରାଜ ତାଣ୍ଡି, ବିଶିଷ୍ଟ ଅତିଥି ଜିଲ୍ଲା ବିଜେଡି ଯୁଗ୍ମ ସମ୍ପାଦକ ଯୋଗିନ୍ଦ୍ର ନାଥ ମାଝୀ, ସମ୍ମାନିତ ଅତିଥି ଜିଲ୍ଲା ବିଜେଡି ସମ୍ପାଦକ ଶ୍ୟାମ ସୁନ୍ଦର ବେହେରା, ଜିଲ୍ଲା ବିଜେଡି ଯୁବ ଉପସଭାପତି ଇମ୍ରାନ ମହମ୍ମଦ, ବ୍ଲକ ବିଜେଡି ସଭାପତି ଲୋକନାଥ ଛତ୍ରୀଆ, ବ୍ଲକ ମହିଳା ସଭାନେତ୍ରୀ ହେମକାନ୍ତି ଦୁରିଆ, ବିଜେଡି ନାରୀ ନେତ୍ରୀ ମିନତୀ କାଣ୍ଡ, ଯୁବ ବ୍ଲକ ସଭାପତି ଦିଗପାଳ ନାଗ, ନୁର ମହମ୍ମଦ, ତଥା ବୋଡେନ ବ୍ଲକର ଶତାଧିକ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ରହି ବହୁ ଆନନ୍ଦ ଉଲ୍ଲାସର ସହ ୨୫ ତମ ପ୍ରତିଷ୍ଠା ଦିବସକୁ ପାଳନ କରିଥିଲେ ।

yuvodaya
Leave A Reply

Your email address will not be published.