pakka

ବ୍ରହ୍ମଗିରିରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ

bbehera

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମଟି ପୁରୀ ଜିଲ୍ଲା ଶିକ୍ଷାଧିକାରୀ, ବ୍ରହ୍ମଗିରି ମଣ୍ଡଳ ଶିକ୍ଷାଧିକାରୀ, ସ୍ଥାନୀୟ ସରପଞ୍ଚ, ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଥିଲା ।

ଅପରାହ୍ନ ୪ ଟାରେ ଅନ୍ୟ ଅତିଥିମାନଙ୍କ ଦ୍ୱାରା ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଛି । ଅନ୍ୟ ପକ୍ଷରେ ବିଜ୍ଞାନ ମେଳା ଉପରେ ଆଧାରିତ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଆଜିର ବିଜ୍ଞାନ ମେଳରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ ବୋଲି ମଣ୍ଡଳ ଶିକ୍ଷାଧିକାରୀ କବିରାଜ ଜେନା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

eleven + seventeen =