pakka

ବିଦ୍ୟୁତ୍ ଆଘାତରେ ଟ୍ରକ୍ ହେଲ୍ପର ସମେତ ଶ୍ରମିକ ଗୁରୁତର

bbehera

ସୋର : ବିଦ୍ୟୁତ୍ ଆଘାତରେ ଜଣେ ଟ୍ରକ ହେଲ୍ପର ସମେତ ଜଣେ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବ୍ଲକ ନିକଟରେ ଥିବା ଏକ ରଡ଼ ସିମେଣ୍ଟ ଦୋକାନରେ ରଡ଼ ଓହ୍ଲାଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏମାନେ ଆହତ ହୋଇଥିବା ଜଣାପଡ଼ିଛି । ଏହି ଦୋକାନ ନିକଟରେ ଆଜି ପୂର୍ବାହ୍ନରେ ଏକ ରଡ଼ ବୋଝେଇ ଟ୍ରକରୁ ପଥରପେଣ୍ଠ ଗ୍ରାମର କଟି ମଳିକ ଟ୍ରକ ଉପରେ ଚଢି ରଡ଼ ଓହ୍ଲାଉଥିଲେ । ଅସାବଧାନତା କାରଣରୁ କଟି ହାତରେ ଧରିଥିବା ରଡ଼ଟି, ଉପରେ ଥିବା ୧୧ କେଭିର ତାର ସଂସ୍ପର୍ଶରେ ଆସିଥିଲା । ଫଳରେ କଟି ଗୁରୁତ୍ତର ଆହତ ହୋଇଥିଲେ । ଟ୍ରକରେ ଥିବା ଟ୍ରକ ହେଲ୍ପର ଉତ୍ତରପ୍ରଦେଶ ଅଞ୍ଚଳର ଲାଲୁ ଯାଦବ ମଧ୍ୟ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଏବଂ ଅନ୍ୟ ଶ୍ରମିକମାନେ ଉଭୟଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.

four × one =