ମନ୍ତ୍ରୀ ଟୁକୁନି ସାହୁଙ୍କ ଅଚାନକ ବାଲିମେଳା ଗସ୍ତ

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା ବାଲିମେଳା ପୋଟେରୁ ଜଳସେଚନ ପ୍ରକଳ୍ପର ସୋଲୁକୋଣ୍ଡା ବ୍ୟାରେଜ ଓ ମେଗା ଲିଫ୍ଟକୁ ଅଚାନକ ଗସ୍ତ କରିଛନ୍ତି ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଶନିବାର ପୋଟେରୁ ଜଳସେଚନର ସୋଲକୋଣ୍ଡା ବ୍ୟାରେଜକୁ ଯାଇ ସେଠାରେ ଥିବା ଦୁଇଟି କେନାଲ ଗମ୍ଫାକୋଣ୍ଡା ଓ ତମସା କେନାଲର ଅନୁଧ୍ୟାନ କରିଥିଲେ । ମେଗାଲିଫ୍ଟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଏହି ପ୍ରକଳ୍ପ ମାଧ୍ୟମରେ ୨୮ଟି ଗ୍ରାମ ଯଥା ୫୨୦୦ ହେକ୍ଟର ଚାଷଜମିରେ ଉଠା ଜଳସେଚନ ହୋଇପାରିବ । ଫଳରେ ୨୮ ଗ୍ରାମର ଚାଷୀ ଉପକୃତ ହୋଇପାରିବେ ବୋଲି କହିଥିଲେ । ଏହାପରେ ବାଲିମେଳାସ୍ଥିତ ୮୮ ବାଟାଲିୟନ ସୀମାସୁରକ୍ଷା ବାହିନୀର କମାଣ୍ଡାଣ୍ଟ ବିନୋଦ ସାରିନ ମନ୍ତ୍ରୀଙ୍କୁ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ପାଟ୍ରୋଲିଂ ନିମନ୍ତେ ବାଲିମେଳା ଜଳଭଣ୍ଡାରରେ ମଟର ବୋଟ୍‌ର ଅବଶ୍ୟକତା ବିଷୟରେ ଜଣାଇଥିଲେ । ଏହି ଗସ୍ତ ସମୟରେ ମାଲକାନଗିରି ଜିଲାପାଳ ବିଶାଳ ସିଂ, ପୋଟେରୁ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଚନ୍ଦ୍ରଶେଖର ମିଶ୍ର, ପୋଟେରୁ ଅଧୀକ୍ଷଣ ଯନ୍ତ୍ରୀ ଅଭିରାମ ବେହୁରିଆ ଓ ଅନ୍ୟ ବିଭାଜନର ଯନ୍ତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 2 =

error: Content is protected !!