centurian jitm

ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସରବତ ବଣ୍ଟନ : କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ନବୀନ ଜୈନ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟରେ ଟିଟିଲାଗଡ଼ ସହର ଉତ୍ତପ୍ତ ସହର ଭାବେ ପରିଚିତ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖରାକୁ ଆଖିରେ ରଖି ଲୋକଙ୍କୁ ଟିକିଏ ଥଣ୍ଡା ପାନୀୟ ଜଳ ଦେବା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ୧୯ଟି ଜଳଛତ୍ର ଖୋଲାଯାଇଛି । ଏନେଇ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କୁ ସରବତ ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ ଉଦ୍‌ଘାଟନ କରି ନିଜେ ଲୋକଙ୍କୁ ସରବତ ବଣ୍ଟନ କରିଥିବା ବେଳେ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଜନସାଧାରଣଙ୍କୁ ସରବତ ବଣ୍ଟନ କରିଥିଲେ । ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ସମସ୍ତ କାଉନସିଲର ଓ ପୌର ପରିଷଦର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ସେବା କାର୍ଯ୍ୟରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତାକୁ ପ୍ରାଥମିକତା ଦେବା ସହ ଡଷ୍ଟବିନ, ସରବତ ବାଢୁଥିବା ଲୋକ ହାତରେ ହେଣ୍ଡ ଗ୍ଲୋବ ପିନ୍ଧିବା ସହ କାଗଜ ଗ୍ଲାସରେ ସରବତ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.