jayashree

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ମସିହା ସେପ୍ଟେମ୍ବର ୧୩ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ୍ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାମହିମ ସିରିଲ୍ ରାମାଫୋସାଙ୍କୁ ଭେଟିଛନ୍ତି ।
ଦୁଇ ନେତା ସହଯୋଗର ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁମୁଖୀ ରଣନୈତିକ ଭାଗିଦାରୀ ଉପରେ ମତ ବିନିମୟ କରିଥିଲେ। ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଘନିଷ୍ଠ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ସହଭାଗୀ ଐତିହାସିକ ସଂଘର୍ଷ, ଦୃଢ଼ ସାଂସ୍କୃତିକ ସମ୍ବନ୍ଧ, ସୁଦୃଢ଼ ଆର୍ଥିକ ସମ୍ପର୍କ ଏବଂ ଗଭୀର ଜନ ସମ୍ପର୍କ ଉପରେ ଆଧାରିତ। ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ଏବଂ ବହୁପକ୍ଷୀୟ ମଞ୍ଚରେ ଘନିଷ୍ଠ ସମନ୍ୱୟ ବଜାୟ ରଖିବା ଲାଗି ସହମତ ହୋଇଥିଲେ। ଦକ୍ଷିଣ ଆଫ୍ରିକାରୁ ଭାରତକୁ ଚିତାଗୁଡ଼ିକର ସଫଳ ସ୍ଥାନାନ୍ତରଣ ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକାକୁ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ମେଣ୍ଟରେ ଯୋଗଦେବା ପାଇଁ ବିଚାର କରିବାକୁ ନିମନ୍ତ୍ରଣ କରିଥିଲେ।
ରାଷ୍ଟ୍ରପତି ରାମାଫୋସା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କୁ ଏବଂ ତାଙ୍କ ପ୍ରତିନିଧି ଦଳକୁ ଦିଆଯାଇଥିବା ଭବ୍ୟ ଆତିଥ୍ୟ ତଥା ବ୍ରିକ୍ସ୍ ସମ୍ମିଳନୀର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.