jayashree

ପିପି ଏକାଡେମୀ ୮୯ ମ୍ୟାଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିପି ଏକାଡେମୀ ୮୯ ମ୍ୟାଟ୍ରିକ ବ୍ୟାଚ୍ ତରଫରୁ ସ୍ଥାନୀୟ ଲକି ମ୍ୟାରେଜ ମଣ୍ଡପ ଠାରେ ଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୮୯ ମସିହାରେ ପତିତପାବନ ଏକାଡେମୀ ମ୍ୟାଟ୍ରିକ୍ ପାସ୍ ଆଉଟ୍ ଛାତ୍ର ମାନଙ୍କ ମଧ୍ୟରେ ୩୭ ବର୍ଷ ପୂର୍ବର ପୂରୁଣା ଦିନର ସ୍ମୃତି ଓ ଅନୁଭୂତି ତଥା ଭାବର ଆଦାନପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଲ୍ୟବନ୍ଧୁ ଓ ସହପାଠୀ ମାନଙ୍କ ସହ ଭେଟ୍‌ଘାଟ୍ ଓ ସେହି ପୁରୁଣା ଦିନର ଅନେକ ତିକ୍ତ ଅନୁଭୂତିକୁ ପରସ୍ପର ମଧ୍ୟରେ ବାଂଟିବାର ଏକ ଅବସର ଆଣିଦେଇଥିଲା ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ । ୧୯୮୯ରେ ପିପି ଏକାଡେମୀରେ ପଢ଼ୁଥିବା ପ୍ରାୟ ୪୦ଜଣ ପୁରାତନ ଛାତ୍ର ଏହି ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୂରାତନ ଛାତ୍ର ସତ୍ୟ ମିଶ୍ର, ଶଙ୍କର ଅଗ୍ରୱାଲ ଓ ସୁରେଶ ସାହୁଙ୍କ କଣ୍ଠରେ ବିଭିନ୍ନ ସ୍ୱାଦର ଗୀତ ପରିବେଷଣ ସମାରୋହର ମୁଖ୍ୟ ଆକର୍ଷଣ ଥିଲା । ଆଗାମୀ ଦିନରେ ପିପି ଏକାଡେମୀ ୮୯ ମ୍ୟାଟ୍ରିକ ବ୍ୟାଚ୍ ତରଫରୁ ବୃକ୍ଷରୋପଣ, ସ୍ୱାସ୍ଥ୍ୟ ଶିବିର ଓ ବିଭିନ୍ନ ସାମାଜିକ କାମ ହାତକୁ ନିଆଯିବାକୁ ନିଷ୍ପତ୍ତି ହୋଇଛି । ଏହାର ସୁପରିଚାଳନା ପାଇଁ ସନ୍ତକ ବହିଦାର, ରମେଶ ବେହେରା, ପ୍ରଶାନ୍ତ ପଣ୍ଡା, କମ୍ବୁପାଣି ପୂଝାରୀ, ବିଷ୍ଣୁ ଅଗ୍ରୱାଲ, ରଘୁ ନନ୍ଦନ ସିଂହ, ବ୍ରଜେଶ କର, ଅଜିତ ପଣ୍ଡା, ଗୌରାଙ୍ଗ ବଗର୍ତ୍ତୀ ବାବୁ ପୂଝାରୀ, ଶ୍ରୀମନ୍ତ ପଣ୍ଡା ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ସେଠୀ, ଭକ୍ତ ନାଏକ, ନୀଳମଣୀ ହାତୀ, ସଂଜୀବବ ଦର୍ଜି, ଦାରାସିଂ ମେହେର, ପ୍ରଦୀପ ମିଶ୍ର, ଜଗଦୀଶ ସାହୁ, ପ୍ରଶାନ୍ତ ପରିଡା, ଶ୍ରୀଧର ନାଏକ, ରୂପେଶ ପ୍ରଧାନ, ଦୀପକ ଠାକୁର, ନାରାୟଣ ରାଉତ, ପ୍ରଦୀପ ଦାଶ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.