
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ବଲାଙ୍ଗିର ପୁଇଁତଲା ବୀଣାପାଣି ହାଇସ୍କୁଲରେ ଭାଗବତ ଜନ୍ମ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ କାର୍ୟ୍ୟକ୍ରମଟି ସମ୍ପନ୍ନ ହୋଇଥିଲା । ଦୀପମନ୍ତ୍ର ପାଠ ସହ କିଛି ଅଭିଭାଷଣ ରଖିଥିଲେ ରଶ୍ମୀ ପାତ୍ର ଏବଂ ଭକ୍ତି ଗୀତରେ ପରିବେଶକୁ ଆନନ୍ଦମୟ କରି ଦେଇଥିଲେ କବି ରାମ ଶଙ୍କର ଶତପଥି । ପରିଷଦର ବିବରଣୀ ପଠନ କରିଥିଲେ ସଭାପତି ଡ. ଭବାନୀ ଶଙ୍କର ପଟେଲ । ଭାଗବତ ଜନ୍ମକୁ ନେଇ ବକ୍ତବ୍ୟ ରଖିଥିଲେ ନାରାୟଣ ମିଶ୍ର । ସେ ଭାଗବତର ତତ୍ତ୍ୱଜ୍ଞାନକୁ ନେଇ ପିଲାଙ୍କୁ ପ୍ରଶ୍ନ ପଚାରିଥିଲେ ଏବଂ ପୁରସ୍କାର ମଧ୍ୟ ଦେଇଥିଲେ । ଗଙ୍ଗାଧର ମେହେରଙ୍କ କାବ୍ୟରେ ନାରୀ ଚରିତ୍ର ଚିତ୍ର କରିଥିଲେ ବକ୍ତା ଚୁମ୍କି ଦାଶ । ସେ ତପସ୍ୱିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତି ଏବଂ କୀଚକ ବଧର ସାର ମର୍ମକୁ ଉପସ୍ଥାପନ କରିଥିଲେ । ନିର୍ଦ୍ଦେଶକ ଓ ପରିଚାଳକ ଅଶୋକ କୁମାର ମେହେର, କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ଦ୍ୱାରୀ, ପ୍ରଧାନ ଶିକ୍ଷକ ମାନସ ପ୍ରଧାନ, ମଂଚ ପରିଚାଳନାରେ ଅବିନାଶ ବାରିକ, ସହଯୋଗୀ ଶିକ୍ଷକ ଓ ଶିକ୍ଷୟତ୍ରୀ ସୁରେଶ ପ୍ରଧାନ, ମନୋଜ ଭୋଇ, ଶୁଭଶ୍ରୀ ବିଶ୍ୱାଳ, ନିରୁପମା ବଘାର, ସ୍ମୃତିମୟୀ ପ୍ରଧାନ, ସୋହାଲି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂଗୀତରେ ସୁଭଦ୍ରା ବିଶ୍ୱାଳ, ରେଣୁକା ବୁଡେକ, ତନୁସ୍ମିତା ପୃଷ୍ଟି, ଜ୍ୟୋତିର୍ମୟୀ ସାହୁ, ରଞ୍ଜୁ ତାଣ୍ଡି ପ୍ରମୁଖ ରହିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବଳିଷ୍ଠ ପ୍ରଧାନ ।