jayashree

‘ଶିକ୍ଷା ହିଁ ଶକ୍ତିଶ୍ରୀକୁ ସଶକ୍ତ କରିବ’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକ୍ଷା ହେଉଛି ଏକ ଅମୋଘ ଅସ୍ତ୍ରା । ଯେଉଁଥିରେ ସମାଜକୁ ପରିବର୍ତ୍ତନ କରାଯାଇପାରିବ । ଯେଉଁ ସମାଜ ଯେତେ ଶିକ୍ଷିତ ସେ ସେତେ ବିିକଶିିତ । ନାରୀ ଶିକ୍ଷିତ ହେଲେ ସମ୍ପୂର୍ଣ୍ଣ ପରିବାର ଶିକ୍ଷିତ ହୁଏ । ଯେ ପର୍ଯ୍ୟନ୍ତ ନାରୀ ସମାଜ ଶିକ୍ଷିତ ହୋଇନାହାନ୍ତି, ନିଜ ଅଧିକାର ସମ୍ପର୍କରେ ଜାଣିନାହାନ୍ତି ଏକ ଉନ୍ନତ ସମାଜ ଆଶା କରିବା ବୃଥା । ଅତଏବ ଆଜିର ସମୟରେ ନାରୀ ସ୍ୱାଧୀନଚେତା ହୋଇ କାର୍ଯ୍ୟ କଲେ ଏକ ସ୍ୱର୍ଣ୍ଣିମ ସମାଜ ଗଠନ ହୋଇପାରିବ ବୋଲି ଆୟୋଜିତ ଶକ୍ତିଶ୍ରୀ ସଶକ୍ତିକରଣ ଆଲୋଚନା ଚକ୍ରରେ ମତପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ଡିଗ୍ରୀ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ‘ନିଜ ଅଧିକାରକୁ ନିଜେ ଜାଣନ୍ତୁ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଦାଶ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ବିଭୁ କଲ୍ୟାଣ ଗଡ଼ତ୍ୟା ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାବିଦ୍ୟାଳୟର ଉପସ୍ଥିତ ଛାତ୍ରୀମାନଙ୍କୁ ବିଭିନ୍ନ ଆଇନ ଓ ସାମାଜିକ ଅଧିକାର ବିଷୟରେ ଅବଗତ କରିଥିଲେ । ମହିଳାଙ୍କୁ କେବଳ ପାଠ୍ୟପୁସ୍ତକ ଶିକ୍ଷା ନୁହେଁ, ଆର୍ଥିକ ରୋଜଗାର ଶିକ୍ଷା ଓ ଅଧିକାର ଜରୁରୀ । ନିଜର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ସ୍ୱପ୍ନକୁ ସାକାର କରି ମହିଳାମାନେ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ହେଲେ ଏକ ସ୍ୱର୍ଣ୍ଣିମ ସମାଜ ଗଠନ ହେବା ସଙ୍ଗେ ସଙ୍ଗେ ଶକ୍ତିଶ୍ରୀ ସଶକ୍ତିକରଣ କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି ମତ ଦେଇଥିଲେ । ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସଞ୍ଚାଳିକା ସ୍ମିତାଞ୍ଜଳି ମିଶ୍ର କାର୍ଯ୍ୟକ୍ରମକୁ ପରିିଚାଳନା କରିଥିବା ବେଳେ ଅଧ୍ୟାପକ ଈଶ୍ୱର ସାହୁ, ଅଧ୍ୟାପକ ପ୍ରେମରାଜ ଗଡ଼ତ୍ୟା ଓ ଅଧ୍ୟାପିକା ଜ୍ୟୋତିର୍ମୟୀ ବେହେରା ସହଯୋଗ କରିଥିଲେ । ଶେଷରେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ରାଜକୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.