pakka

ମା’ ପୂର୍ଣ୍ଣମାସୀ ସାଂସ୍କୃତିକ କଳା ପରିଷଦ ଚାନ୍ଦୁଆପାଲିଠାରେ ନୂଆଁଖାଇ ଭେଟ୍‌ଘାଟ୍‌

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ସତଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦୁଆପାଲି ଗ୍ରାମର ମା’ ପୂର୍ଣ୍ଣମାସୀ ସାଂସ୍କୃତିକ କଳା ପରିଷଦ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଯୁବନେତା ଶଶଧର ସାହୁ ଅନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ବରପାଲି ସାମ୍ବାଦିକ ସଙ୍ଘର ସଭାପତି ଚିତ୍ତରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗ୍ରାମର ଶିକ୍ଷକ ଅରବିନ୍ଦ ବିଶି ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଲକ୍ଷ୍ମଣ ଷାଣ୍ଢ ପରିଚାଳନା କରିଥିବା ବେଳେ ଶେଷରେ ଶେଷଦେବ ଷାଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧରମସିଂ ବରିହା, ସୁବୋଧ ସାହୁ, ସୂର୍ଯ୍ୟ ଦାସ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.

fourteen − 7 =