ଭାଲୁ ଆକ୍ରମଣରେ ୧ ଗୁରୁତର

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁରା ରେଞ୍ଜର ଷଣ୍ଢପାଳ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଆଠମଲ୍ଲିକ ବନଖଣ୍ଡ ଅନ୍ତଗତ ବାମୁର ରେଞ୍ଜର ଷଣ୍ଢପାଳ ଗ୍ରାମ ନିକଟରେ କିଛିଦିନ ହେଲା ଏକ ଭାଲୁ ବୁଲୁଥିବାର ବନବିଭାଗକୁ ଲୋକେ ଅଭିଯୋଗ କରିଥିଲେ । ଗାଁ ନିକଟରୁ ଭାଲୁକୁ ବନବିଭାଗ ଘଉଡ଼ାଇନଥିଲା । ତେବେ ଆଜି ଗାଁର ପ୍ରମୋଦ ମିର୍ଧା ବାଡ଼ି ପଛ ପାଖରେ ଥିବା ପୋଖରୀରୁ ଫେରୁଥିବା ସମୟରେ ଭାଲୁ ହାବୁଡ଼ରେ ପଡି ଯାଇଥିଲେ । ଭାଲୁଟି ପ୍ରମୋଦଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଛି । ତେବେ ପ୍ରମୋଦ ପାଟି କରିବାରୁ ଭାଲୁଟି ତାଙ୍କୁ ଛାଡ଼ି ଜଙ୍ଗଲକୁ ଚାଲି ଯାଇଛି । ଭାଲୁ ଆକ୍ରମଣରେ ପ୍ରମୋଦଙ୍କ ମୁଣ୍ଡରେ ଓ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.