ଗତ ବର୍ଷ ଚାଷୀ ଫସଲ ବୀମା କରି ହତାଶ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ଅଞ୍ଚଳରେ ଚାଷୀ ଗତବର୍ଷର ଫସଲ ବୀମା କରିଥିବା ବେଳେ ତାହାର ପ୍ରାପ୍ୟ ପାଇ ଚାଷୀ କୂଳ ହତାଶ ହୋଇ ପଡ଼ିଛନ୍ତି । ସୂଚନା ଏହି କି ଯେ ଗତ ବର୍ଷ ଅନେକ ଆଶା ଓ ଆକାଂକ୍ଷା ନେଇ ଧାର କରଜ କରି ଧାନ, ଗହମ ଓ ଅନ୍ୟାନ୍ୟ ଚାଷ କରାଯାଇଥିବା ବେଳେ ଉଚିତ ପରିମାଣରେ ଅମଳ ହୋଇ ପାରି ନଥିଲା । ତାହାକୁ ଦୃଷ୍ଟିରେ ରଖି ଧାର କରଜ କରି ବହୁ ହଇରାଣ ହେବା ପରେ ଫସଳ ବୀମା କରି ପାରିଥିଲା ଚାଷୀ । କିନ୍ତୁ ଆଶା ଆଶାରେ ହିଁ ରହିଗଲା । ଯାହା ବି ବୀମା ଟଙ୍କା ଚାଷୀଙ୍କୁ ମିଳିଛି, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଯାହାକି ନ ପାଇବା ସାଙ୍ଗେ ସମାନ । ସରକାର ଚାଷୀମାନଙ୍କ ପାଇଁ ବହୁ ଗୁଡିଏ ଯୋଜନା କରିଛନ୍ତି । କିନ୍ତୁ ଏହି ଫସଲ ବୀମାକୁ ଦୃଷ୍ଟି ଦେବା ସହ ଉପଯୁକ୍ତ ଟଙ୍କା ଚାଷୀଙ୍କୁ ମିଳିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଥିପାଇଁ କିଏ ଦାୟୀ, ଏଠି ପ୍ରଶ୍ନ ଉଠୁଛି । ଚାଷୀଙ୍କୁ ସବୁବେଳେ ହତାଶ ହେବାକୁ ପଡୁଛି । ତେବେ ଯଥା ଶୀଘ୍ର ଏହାର ନିରପେକ୍ଷ ବିଚାର କରି ଗତ ବର୍ଷର ଫସଲ ବୀମା କ୍ଷତିପୂରଣର ଉଚିତ୍ ପ୍ରାପ୍ୟ ଚାଷୀଙ୍କୁ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଅଞ୍ଚଳରେ ଦାବୀ ହେଉଛି ।

Leave A Reply

Your email address will not be published.