om academy

କଂଟାମାଳ ବ୍ଲକ ସାଂବାଦିକ ସଂଘ(କବ୍ଜା)ର ଚତୁର୍ଥ ବାର୍ଷିକୋତ୍ସବ : କରୋନା ଯୋଦ୍ଧା ସମ୍ମାନ ସମାରୋହ

jsm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା) ପକ୍ଷରୁ ରବିବାର ସଂଘ କାର୍ୟ୍ୟାଳୟ ଠାରେ କୋଭିଡ କଟକଣା ମଧ୍ୟରେ ସଂଘର ଚତୁର୍ଥ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାମାରୀ କରୋନା ସମୟରେ କରେନା ଯୋଦ୍ଧ ଭାବେ କାର୍ୟ୍ୟ ତୁଲାଇଥିବା ସରପଂଚ, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ସ୍ବେଚ୍ଛାସେବୀ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂଘର ବରିଷ୍ଠ ଉପଦେଶ ଦିବ୍ୟଶଂକର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କଂଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, କଂଟାମାକ ବିଡିଓ ସୁଶ୍ରୀ ବନ୍ଦନା ଖଟୁଆ ପ୍ରମୁଖ ଯୋଗଦେଇ ମହାମାରୀ କୋଭିଡ ସମୟର ଅନୁଭୂତି ସଂପର୍କରେ ବର୍ଣ୍ଣନା କରିଥିଲେ ।

କବ୍ଜା ସଭାପତି ଦୁର୍ବାକ୍ଷ ବସ୍ତିଆ ସଭାପତିତ୍ବ କରିଥିବା ବେଳେ ସଂପାଦକ ପୂର୍ଣ୍ଣ ଚରଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କରୋନା ମହାମାରୀକୁ ଜିଲ୍ଲାରେ ସୂଚାରୁ ରୂପେ ନିୟନ୍ତ୍ରଣ କରିବାର ପ୍ରକୃତ ବିନ୍ଧାଣୀ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ଶ୍ରୀ ମିଶ୍ର ଓ କୋଭିଡ୍ ଅଫିସର ଡେପୁଟି କଲେକ୍ଟର ଶ୍ରୀ ପାଣ୍ଡିଆକୁ ଉପଢୌକନ ଓ ମାନପତ୍ର ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଘଂଟାପଢା ଅଙ୍ଗନୱାଡି (୨) ର କର୍ମୀ ସୁଶ୍ରୀ ପ୍ରତିଭା ସାହୁ, ଏଏନ୍ଏମ୍ ମାନସୀ ସାଇଁ, ସମାଜସେବୀ ସୁଶାନ୍ତ ବାରିକ, ସରପଂଚ ମନମୁଣ୍ଡା ଶ୍ରୀମତି ମିନାକ୍ଷୀ ସାହୁ, ସରପଂଚ ଖଟଖଟିଆ ଅଞ୍ଜଳୀ ଭୋଇ, ସରପଂଚ ନାରାୟଣପ୍ରସାଦ ରଜନୀ ମହାକୁଡ଼, ସରପଂଚ ଖୁଂଟିଗୋର ପ୍ରହଲ୍ଲାଦ ସେଠୀ, ସରପଂଚ ଖମନମୁଣ୍ଡା ଅଳକା ପ୍ରଧାନ, ସରପଂଚ ଘଂଟାପଢା ଜିତେନ୍ଦ୍ର ପ୍ରସାଦ ଦେହୁରୀ, ସରପ ଆମ୍ବଗାଁ ପଦ୍ମିନୀ ରଣା, ସରପଂଚ ପ୍ରତିନିଧି କୁଲୁତାଯୋର ପ୍ରେମରାଜ ରଣା, ସରପଂଚ ଖଲିଆପାଲି ସୁନିତା ମହାଲିଙ୍ଗ, ସରପଂଚ ଲମ୍ବସରୀ ବୀଜୟଲକ୍ଷ୍ମୀ ମେଣ୍ଡିଲି, ସରପଂଚ ପ୍ରତିନିଧି ରୁଣ୍ଡିମହୁଲ ପଂଚାନନ ସାହୁ, କଂଟାମାଳ ପ୍ରତିନିଧି ପିଇଓ ହିମାଂଶୁ ଶେଖର ସେଠୀ ସମେତ କଂଟାମାଳ ବ୍ଲକର ସମସ୍ତ ସରପଂଚ କୁ ସମ୍ବର୍ଦ୍ଧିତ କରାଯାଇଛି । ଶେଷରେ ସଂଘର ସଦସ୍ୟ ଜୟ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସଭାପତି ପ୍ରଭାତ କୁମାର ସାହୁ, କୋଷାଧ୍ୟକ୍ଷ ଅନନ୍ତ କୁମାର ଖମାରୀ, ବଂଶୀଧର ମାଝୀ, ସୁଦର୍ଶନ ବଘାର, ରଞ୍ଜନ କୁମାର ପାତ୍ର, ଆଶିସ ସାହୁ, ଦେବାଶିସ ମଲ୍ଲିକ, ବଳରାମ ବାଗ, ଅକୁର ସାହୁ, ସଦାନନ୍ଦ ପ୍ରଧାନ, ସମେତ ସମସ୍ତ ସଦସ୍ୟ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.