om academy

ତ୍ରୟୋଦଶ ମହୁରି ମହୋତ୍ସବ ଆୟୋଜିତ

jsm

● କବି ଲକ୍ଷ୍ମୀ ନାରାୟଣ ହୋତା ପାଇଲେ ମହୁରି ସମ୍ମାନ

ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ‘ମହୁରି’ ପତ୍ରିକାର ତ୍ରୟୋଦଶ ସ୍ୱନକ୍ଷତ୍ର ସମାରୋହ ‘ମହୁରି ମହୋତ୍ସବ-୨୦୨୦’ ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ‘ମହୁରି’ର ମୁଖ୍ୟ ସଂପାଦକ ଭବାନୀ ଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଓ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ଗୃହ, ଶିଳ୍ପ, ଶକ୍ତି ତଥା ଏମ୍.ଏସ୍.ଏମ୍.ଇ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ଲିମିଟେଡର ମାନବ ସମ୍ବଳ ବିଭାଗ ମୁଖ୍ୟ ନୋବଲ୍ ଶର୍ମା, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଖ୍ୟାତନାମା କବି ରାମକୃଷ୍ଣ ପ୍ରମୁଖ ମଂଚାସୀନ ଥିଲେ।

ଏହି ଅବସରରେ କଳାହାଣ୍ଡି ଥିଏଟର୍ ପକ୍ଷରୁ ମହୁରି ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ମହୁରି ପୁରସ୍କାର-୨୦୨୦ ଗ୍ରହଣ କରିଥିଲେ ବିଶିଷ୍ଟ କବି ଲକ୍ଷ୍ମୀ ନାରାୟଣ ହୋତା। ‘ମହୁରି’ ସଂପାଦକ ସୁକାନ୍ତ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ମଂଚ ପରିଚାଳନା କରିଥିଲେ ବିଶିଷ୍ଟ ଲେଖିକା ଡ. ସୁନୀତି ମୁଣ୍ଡ। ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କାବ୍ୟୋତ୍ସବରେ ବରେଣ୍ୟ ଅତିଥି ଭାବେ ପ୍ରଖ୍ୟାତ କବି ଡ. ମନୋଜ କୁମାର ପଣ୍ଡା, ପ୍ରସିଦ୍ଧ ଅନୁବାଦକ ବିଜୟ ପ୍ରଧାନ, ଖ୍ୟାତନାମା କବି ରବି ଶତପଥୀ, ବିଶିଷ୍ଟ କବି ଆନନ୍ଦ ଚନ୍ଦ୍ର ସାହୁ, ବିଶିଷ୍ଟ ଲେଖିକା ଡ. ସୁନୀତି ମୁଣ୍ଡ ପ୍ରମୁଖ ମଂଚାସୀନ ଥିଲେ। ‘ମହୁରି’ ସହ-ସଂପାଦକ ବିରଞ୍ଚି ନାରାୟଣ ମୁଣ୍ଡ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅନ୍ୟତମ ସହ-ସଂପାଦକ ସୁଶୀଲ କୁମାର ବାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ମହୁରି’ ସଂପାଦନା ସହଯୋଗୀ ସଚିନ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ। ମଂଚ ପରିଚାଳନା ଓ କବିତା ସଂଯୋଜନା କରିଥିଲେ ଯୁବକବି ଡିଲେଶ୍ୱର ରଣା ଓ ଲିପ୍ସାମୟୀ ଦୁବେ। ଓଡ଼ିଆବାର୍ତ୍ତା.ଇନ୍ ଓ ସୂର୍ୟ୍ୟକାନ୍ତି ଟିଭି ପକ୍ଷରୁ ମହୋତ୍ସବର ସିଧାପ୍ରସାରଣ କରାଯାଇଥିଲା। କଳାକାର ଲିଲେଶ ସାହୁ, ସୁକନ୍ୟା ଦାସ, ସାବିତ୍ରୀ ମହାରଣା, ସୁବାସ ପଟ୍ଟନାୟକ, ଶିବୁ ପଟ୍ଟନାୟକ, କବି ଦକ୍ଷ ସାହୁ, ଡିଙ୍ଗର ନାଏକ, ସୁନିତା ଧଙ୍ଗଡ଼ାମାଝୀ ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.