
ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଲୋଇସିଂହାରେ ଆସନ୍ତା ଦୁଇଦିନ ଧରି ହେବାକୁ ଥିବା ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍ଘାଟିତ ହୋଇଯାଇଛି । ଉଦଘାଟନ ସମାରୋହରେ ପ୍ରାକ ଶିଶୁବର୍ଗ, ବାଲ ବର୍ଗ ଏବଂ କିଶୋର ବର୍ଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ତଥା ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବଂଶୀଧର କାଲସାଏ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରଧ୍ୟାପିକା ପ୍ରଜ୍ଞା ପାରମିତା ବେହେରା ଯୋଗଦେଇ ପ୍ରାକ ଶିଶୁ ବର୍ଗର କୃତୀ ପ୍ରତିଯୋଗୀଙ୍କୁ ତଥା ଶିଶୁ ବାଟିକା -୧ର ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ପ୍ରେମାନନ୍ଦ ମିଶ୍ର ଅତିଥି ପରିଚୟ ତଥା ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ୍ ଉଦ୍ଦେଶ୍ୟ କଥନ କରିଥିଲେ । ପରିଶେଷରେ ଡ. ବୀରକିଶୋର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକା ତଥା ବାହନ ଚାଳକଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା ।