csstore

ବାର୍ଷିକ କ୍ରୀଡା ପ୍ରତିଯୋଗିତା

ମ,ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ମ.ରାମପୁରର ଶାଖା ପରିଚାଳକ ପଙ୍କଜ କୁମାର ରାୟ ଯୋଗ ଦେଇ ଶାରୀରିକ ଶିକ୍ଷାର ଉପଯୋଗିତା ସମ୍ବନ୍ଧରେ ମାର୍ଗଦର୍ଶନ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ଥାନା ଅଧିକାରୀ ସୁଦର୍ଶନ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବଲବୀନ୍ଦର ସିଂ ଯାଦବ ଯୋଗ ଦେଇ ଶିଶୁମାନଙ୍କୁ କ୍ରୀଡାର ଆବଶ୍ୟକତା, ସ୍ୱାସ୍ଥ୍ୟର ଯତ୍ନ ଆଦି ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ଅଶ୍ୱିନୀ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ପ୍ରଧାନାଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ଓ ସଂପାଦକ ରଜନୀକାନ୍ତ ମହାଖୁଡ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶୁମାନେ ପିରାମିଡ, ଅଗ୍ନି ବଳୟ, ବ୍ୟାୟାମ ଯୋଗ, ଡମ୍ବରୁ ଯୋଗ, ଯୋଗାସନ, ସମତା ଆଦି ପ୍ରଦର୍ଶନ କରିଥିଲେ । ସମସ୍ତ ଗୁରୁଜୀ/ଗୁରୁମା କ୍ରୀଡା ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.