csstore

ବିଜୁ ପଟ୍ଟନାୟକ ମେମୋରିଆଲ୍‌ ଫୁଟବଲ ମ୍ୟାଚ୍‌ : ତୁଳାପଡ଼ା ଦଳ ଚମ୍ପିୟାନ, ରଜା ପଡା ରନର ଅପ୍

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୪ ତାରିଖରୁ ଆରମ୍ଭ ହୋଇ ଥିବା ଏହି ମ୍ୟାଚ୍‌ଟି ତୁଳା ପଡା ଓ ରଜା ପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତୁଳା ପଡା ଦଳ ୧-୦ରେ ବିଜୟୀ ହୋଇ ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇ ଥିବା ବେଳେ ବିଜୁ ଜନତା ଦଳ ମ.ରାମପୁର ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ଯୁବ ସମାଜ ସେବୀ ବିକାଶ ରଞ୍ଜନ ସିଂହ ଦେଓ, ରାକେଶ କୁମାର ଶତପଥୀ, ଯୁବ ବିଜେଡ଼ି ସଭାପତି ସତ୍ୟନାରାୟଣ ସାହୁ, ପ୍ରେମ ସାଗର ନାଏକ, ଅମିତ ଅଗ୍ରୱାଲ(ପପୁ) ପ୍ରମୁଖ ମଞ୍ଚାସିନ ରହି ଥିଲେ । ମୁଖ୍ୟ ଅତିଥି ଉଭୟ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟଟି ମ.ରାମପୁର ପଞ୍ଚାୟତ ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା । ଖେଳ ପରିଚାଳନାରେ ପ୍ରବୀଣ ଭୋଇ ଏବଂ ବିଜୁ ଜନତା ଦଳର ସମସ୍ତ କର୍ମୀ ସହଯୋଗ କରିଥିଲେ । ବଳରାମ ବାଗ ମୁଖ୍ୟ ଖେଳ ପରିଚାଳକ ଥିବା ବେଳେ ଲାଇନ୍ ମ୍ୟାନ୍ ଭାବେ ବିମ୍ବାଧର ନାଗ ଓ ପିଣ୍ଟୁ ଚନ୍ଦନ ଦାୟିତ୍ୱ ତୁଳାଇ ଥିଲେ । ଧାରା ବିବରଣୀ ଦେଇଥିଲେ ମୋହନ ଶଙ୍କର ପଧାନ । ଏହି ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ।

jayashree
Leave A Reply

Your email address will not be published.