pakka

୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜୀବେଦୟା ଓ ପ୍ରକୃତି ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ହୃଷୀକେଶ ପାଢୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢୀ ଜୀବେଦୟା ଓ ପ୍ରକୃତି ସୁରକ୍ଷା ବାର୍ତ୍ତା ବାଣ୍ଟିଛନ୍ତି । ସମାଜସେବୀ ଡାକ୍ତର କ୍ଷେତ୍ରବାସୀ ପ୍ରଧାନ ଓ ଦେବଦତ୍ତ ମାନସିଂହ, ସୋମନାଥ ସେନାପତି ପ୍ରକୃତି ସୁରକ୍ଷାର ସଚେତନତା ବ୍ୟାନର ଲୋକାର୍ପଣ କରିଥିଲେ । ଏହି ଅବସରରେ ଶ୍ରୀ ପାଢୀ ଜନସାଧାରଣଙ୍କୁ କହିଥିଲେ, ପରିବେଶ ସୁରକ୍ଷାରେ ବନ୍ୟପ୍ରାଣୀ ଏକ ସ୍ବତନ୍ତ୍ର ଭୂମିକା ନିର୍ବାହ କରିଥାନ୍ତି । ମାନବ ସମାଜର ଅଭିବୃଦ୍ଧି ଓ ସମୃଦ୍ଧି ଜୈବବିବିଧତା ଉପରେ ନିର୍ଭରଶୀଳ । ବର୍ତ୍ତମାନ ବନ୍ୟପ୍ରାଣୀ ମାନଙ୍କର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପୂର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି । ଆସନ୍ତୁ, ବୃକ୍ଷ ସହ ମିତ୍ରତା ସ୍ଥାପନ କରି ପୁରାତନ ଜଂଗଲର ପୁନରୁଦ୍ଧାର ସହ ନୂତନ ଜଂଗଲ ସୃଷ୍ଟିର ସଂକଳ୍ପ ନେଇ ସୁସ୍ଥ ପରିବେଶ ପାଇଁ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ସହ ସେମାନଙ୍କର ଆବାସସ୍ଥଳୀର ଉନ୍ନତିରେ ସହଭାଗିତା ହୁଅନ୍ତୁ । ପରେ ପରେ ନିଜର ବ୍ୟାଟେରୀଚାଳିତ ସ୍କୁଟିରେ ଏହି ସଚେତନତା ଅଭିଯାନ ଡେଲାଙ୍ଗର ସର୍ବପୁରାତନ ‘କୁମୁକା ଜଂଗଲ’ ପର୍ଯ୍ୟନ୍ତ କରିଥିଲେ ।

Leave A Reply

Your email address will not be published.

four × one =