pakka

ଝାରବନ୍ଧ ତହସିଲ କାର୍ଯ୍ୟାଳୟ ଘେରାଉ କଲେ କୃଷକ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଞ୍ଚଳିକ କୃଷକ ସଂଗଠନ (ଡଭା) ଝାରବନ୍ଧ ଏବଂ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଆଜି ଝାରବନ୍ଧ ବ୍ଲକ ଅଞ୍ଚଳର ଚାଷୀମାନଙ୍କ କେତେକ ମୌଳିକ ଯଥାର୍ଥ ଦାବୀକୁ ନେଇ ଝାରବନ୍ଧ ତହସିଲଦାର, ବରଗଡ ଜିଲ୍ଲାପାଳ, ପଦ୍ମପୁର ଉପଜିଲ୍ଲାପାଳ, ଝାରବନ୍ଧ ଅଧିକାରୀ, ଝାରବନ୍ଧ ବିଡିଓ, ଝାରବନ୍ଧ ବିଦ୍ୟୁତ ବିଭାଗଙ୍କୁ ସେପ୍ଟେମ୍ବର ୨୮ ତାରିଖରେ ଲିଖିତ ଭାବେ ଜଣାଇଥିଲେ । ଚଳିତ ବର୍ଷ ବର୍ଷାଭାବ ଯୋଗୁଁ ଓ ଲୋ ଭୋଲଟେଜ୍ ସମସ୍ୟା ସବୁବେଳେ ଲାଗିଥିବାରୁ ଚାଷକାର୍ଯ୍ୟ ପ୍ରଭାବିତ ହେବା ସହିତ ବିରାଟ ମରୁଡିର ଆର୍ତ୍ତଚିତ୍କାର ସବୁ ଆଡ଼େ ଗ୍ରାସ କରି ସାରିଛି । ଝାରବନ୍ଧ ବ୍ଳକର ଚାଷକାର୍ଯ୍ୟ ପାଇଁ ସେପରି ଆଖିଦୃଶିଆ ଜଳସେଚନର ସୁବିଧା ନ ଥିବାରୁ ଚାଷୀଙ୍କ ସମସ୍ୟା ଦ୍ୱିଗୁଣିତ କରିବା ସହିତ ଆର୍ଥିକ ପରିସ୍ଥିତି ଜଟିଳରୁ ଜଟିଳତର ହେବାରେ ଲାଗିଛି ବୋଲି ମତପ୍ରକାଶ ପାଉଛି । ଏହା ସକାଶେ ଆଞ୍ଚଳିକ କୃଷକ ସଂଗଠନ ତରଫରୁ ସାତଦଫା ଦାବୀକୁ ନେଇ ଆଜି ହଜାର ହଜାର ଚାଷୀ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ସେମାନଙ୍କର ଦାବୀଗୁଡିକ ହେଲା ଝାରବନ୍ଧ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, ଝାରବନ୍ଧ ଅଞ୍ଚଳରେ ଲାଗି ରହିଥିବା ଲୋ ଭୋଲଟେଜ୍ ସମସ୍ୟା ଦୂର କରାଯିବା ସହିତ ଚାଷୀମାନଙ୍କ ବିଦ୍ୟୁତ ଦେୟ ଛାଡ ସହ ବିଦ୍ୟୁତକାଟ ବନ୍ଦ, ଝାରବନ୍ଧ ଅଞ୍ଚଳରେ ବିଗତ ୪ରୁ ୫ ବର୍ଷ ହେବ ଲଗାତାର ଭାବେ ମରୁଡି ହେଉ ଥିବାରୁ କୃଷି ଋଣ ଛାଡ, ଚାଷୀମାନଙ୍କ ଉପାର୍ଜିତ ଧାନ ବିକ୍ରୟ କରିଥିବା ବସ୍ତା(ଅଖା)ର ଟଙ୍କା ବାଟମାରଣା ହୋଇ ଥିବାର ତଦନ୍ତ କରି ଚାଷୀଙ୍କୁ ଉକ୍ତ ଟଙ୍କା ଦେବାର ବ୍ୟବସ୍ଥା, ବର୍ତ୍ତମାନ ମରୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଭୀର ନଳକୂପ ଖୋଳା ଯାଇଥିବା ନଳକୂପମାନଙ୍କରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସଂଯୋଗ କରାଯାଉ ଏବଂ ୨୦୧୯-୨୦ରେ ଅନଲାଇନ କରାଯାଇଥିବା ଚାଷୀମାନଙ୍କ ନଳକୂପ ଖୋଳାଯାଉ, ଭୌଗଳିକ ଦୃଷ୍ଟିରୁ ଝାରବନ୍ଧ ବ୍ଳକର ପଶ୍ଚିମ ଦିଗରେ ଜୋଙ୍କ ନଦୀ ଓ ପୂର୍ବଦିଗରେ ଅଙ୍ଗନଦୀ ପ୍ରଭାହିତ, ଏ ଅଞ୍ଚଳର ମରୁଡିର ସ୍ଥାୟୀ ପ୍ରତିକାର ପାଇଁ ଉଭୟ ନଦୀର ସଂଯୋଗୀକରଣ କରି ମେଗା ପ୍ରୋଜେକ୍ଟ ମାଧ୍ୟମରେ ଚାଷକାର୍ଯ୍ୟ ଚାଷୀମାନଙ୍କ ପାଇଁ ପାଣି ଯୋଗାଇବାର ବ୍ୟବସ୍ଥା, ପ୍ରକୃତ ଚାଷୀମାନଙ୍କ ଅଜାଣତରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା କିସ୍ତି ଦଲାଲମାନେ ନିଜ ନାମରେ କରିଛନ୍ତି ଏହାକୁ ତଦନ୍ତ କରି ଉକ୍ତ ଦଲାଲମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଯାଉ ବୋଲି ଉପସ୍ଥାପିତ କରାଯାଇଛି । ବୋଡାସମ୍ବର କୃଷକ ସଂଗଠନର ଆବାହକ ଅଶୋକ କୁମାର ସାହୁ, ଜୟ କିଶାନ ଆନ୍ଦୋଳନ ସମ୍ପାଦକ ଅଶୋକ ମହାପାତ୍ର, ଆଞ୍ଚଳିକ କୃଷକ ସଂଗଠନ (ଡଭା) ଝାରବନ୍ଧ ସଭାପତି ତୁଲାରାମ ଭୋଇ, ବାଞ୍ଛାନିଧି ନାୟକ, କୈଳାଶ ବାରିକ, ବିଶ୍ୱନାଥ ରଣା, ଦହିତ ସାହୁ, ନିରାକାର ପ୍ରଧାନ, ଭୁବନେଶ୍ୱର ପ୍ରଧାନ, ଲଳିତ ପ୍ରଧାନ, ତୁଲାରାମ ଭୋଇ, ସନ୍ତୋଷ ବେହେରା, ପ୍ରମୋଦ ରାୟ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ସହ ୧୨ ଦଫା ସମ୍ବଳିତ ଦାବୀପତ୍ରକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ଉଦେଶ୍ୟରେ ଝାରବନ୍ଧ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

four × one =