pakka

ଏମବିବିଏସ୍ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା : ଆତ୍ମହତ୍ୟା ନା ହତ୍ୟା

ବଲାଙ୍ଗିର, (କେପିଏନ୍ଏସ୍) : ଏମବିବିଏସ୍ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ସହରରେ ଚର୍ଚ୍ଚା ଜୋର୍‌ ଧରିଛି । ବାସ୍ତବରେ ନିରୁପମା ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ମାରି ଆତ୍ମହତ୍ୟାର ରୂପ ଦେଇଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ପୋଲିସ ଏହାର ତଦନ୍ତ କରୁଥିବା ବେଳେ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ନିରୁପମାକୁ ପୂର୍ବରୁ ପୁରୁଷ ବନ୍ଧୁ ଅନ୍ତରାମ ମିଶ୍ର ବିଭିନ୍ନ ସମୟରେ ଫୋନ୍ କରି ମାନସିକ ସ୍ତରରେ ଚାପ ପକାଉଥିବା ନେଇ ଘରେ ଜଣାଇଥିବା ବେଳେ ଘଟଣା ପାଇଁ ସନ୍ଦେହ କରି ଅନ୍ତରାମକୁ ଦାୟୀ କରିଛନ୍ତି ପରିବାର ଲୋକେ । ଘଟଣା ଦିନ ରାତିରେ ନିରୁପମାଙ୍କୁ ଶେଷ କଲ୍ କିଏ କରିଥିଲା ଏବଂ ନିରୁପମା ଆତ୍ମହତ୍ୟା କରୁଥିବା କଥା ଜାଣି ହଷ୍ଟେଲକୁ କଲ୍ କରି ଜଣାଇଥିଲେ କିଏ । ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ବୋଲି ଘଟଣା ଉପରୁ ପରଦା ହଟିବ । ଏବେ ଅନୁପମାଙ୍କ ମୋବାଇଲ ମଧ୍ୟ ପୋଲିସ ହାତରେ ଲାଗିଛି ଓ ପୋଲିସ ଖୋଜୁଛି ଘଟଣାର ଅସଲ କାରଣର ମୂଳ । ଏବେ ସହରବାସୀ ଟାକି ବସିଛନ୍ତି ନିରୁପମାଙ୍କ ମୃତ୍ୟୁ ରହସ୍ୟ ଜାଣିବା ପାଇଁ । ଦେଖାଯାଉ ଘଟଣା କେଉଁଠି ପହଞ୍ଚୁଛିି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଲୁକାପଡା ଗ୍ରାମର ମୂଳବାସିନ୍ଦା ହେଉଛନ୍ତି ସମାରୁ ନନ୍ଦ । ଯିଏ କି ମୃତ ନିରୁପମାଙ୍କ ବାପା । କିନ୍ତୁ ଏବେ ସିଭିଲ୍ କୋର୍ଟ ପଛ ପଟେ ନିଜ ପରିବାର ସହ ରହୁଛନ୍ତି ସମାରୁ ନନ୍ଦ ଅର୍ଥାତ ମୃତ ନିରୁପମାଙ୍କ ପରିବାରଲୋକେ । ତେବେ ନିରୁପମା ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ । ଘରକୁ ସପ୍ତାହରେ ଥରେ ଆସୁଥିଲେ । ସବୁଦିନ ଭଳି ଘଟଣା ଦିନ ମଧ୍ୟ ବାପା-ମାଆ, ଭାଇ ଭଉଣୀମାନଙ୍କ ସହ ଭିଡିଓ କଲରେ ରାତି ୧୧ଟା ୨୭ ମିନିଟ୍ ଯାଏଁ ହସ ଖୁସିରେ କଥା ହୋଇଥିଲେ । ହେଲେ ଠିକ ୧୧ଟା ୪୫ରୁ ୫୦ ମିନିଟ୍ ମଧ୍ୟରେ ହଷ୍ଟେଲ ୱାର୍ଡଡେନ୍‌ ନିରୁପମା ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ଏମିତି କ’ଣ ଘଟିଲା ଯାହା ଫଳରେ ନିରୁପମା ୧୮ ମିନିଟ୍ ଭିତରେ ଆତ୍ମହତ୍ୟା କଲେ । ଯାହାକୁ ପରିବାର ଲୋକେ ସହଯରେ ବିଶ୍ୱାସ କରିପାରୁ ନାହାନ୍ତି । ଅନ୍ୟପଟେ ଘର ଲୋକଙ୍କ ସହ କଥା ହେବା ପରେ ଘଟଣା ଦିନ କାହା ସହ କଥା ହୋଇଥିଲେ ନିରୁପମା । ତେବେ କିଏ ସେ ଯୁବକ ଯିଏ ନିରୁପମା ଆତ୍ମହତ୍ୟା କରୁଥିବା କଥା ହଷ୍ଟେଲକୁ ଜଣାଇଥିଲେ । ଏବେ ପ୍ରଶ୍ନ ଉଠୁଛି ଯେ, ଫୋନ କରି ଆତ୍ମହତ୍ୟା କରୁଥିବା ଜଣାଇଥିବା ଯୁବକ ଜଣକ ଅନ୍ତରାମ ନା ଆଉ କିଏ ?

Leave A Reply

Your email address will not be published.

one + five =