jayashree

ଜରାସିଂହା ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ

  • ମାଁଙ୍କୁ ବିଦାୟ ଦେଲେ ହଜାର ହଜାର ଶ୍ରଦ୍ଧାଳୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା, ସାଲେପାଲି ଗାଁରେ ଗତ ୫ ଦିନ ଧରି ଚାଳିଥିବା ପାଟଖଣ୍ଡା ଯାତ୍ରା ଶନିବାର ଦିନ ଅପରାହ୍ନ ୫ଟା ସମୟରେ ଶେଷ ହୋଇଯାଇଛି । ତେବେ ବରୁଆ ଦେହରେ ଆବିର୍ଭାବ ହୋଇଥିବା ଦେବୀ ବିଭିନ୍ନ ଖଳାରେ ଗୁହାରୀ ଶୁଣିବା ପରେ ହଜାର ହଜାର ଶ୍ରଦ୍ଦାଳୁଙ୍କ ଜନ ସମାଗମରେ ମା’ ପାଟଖଣ୍ଡା ଶେଷ ଦର୍ଶନ ଦେଇ ପାରମ୍ପରିକ ରୀତିନୀତି ଅନୁସାରରେ ବନ ଗମନ କରିଛନ୍ତି । ଯାତ୍ରା ହେଉଥିବା ନିଶିଗୁଡ଼ି ମନ୍ଦିର ଠାରୁ ଦେବୀ ଯିବା ବାଟରେ ପଡୁଥିବା କୁଠୁଲ ଘାଟ ଠାରେ ପ୍ରବଳ ଜନ ସମାଗମ ହୋଇଥିଲା । ବିଗତ ଦିନ ମାନଙ୍କରେ ନିଜି ନିଜ ମନସ୍କାମନା ପୂରଣ ହୋଇଥିବା ଶ୍ରଦ୍ଦାଳୁମାନେ ବୋଦା ବଳି ଦେଇ ଅଶୀର୍ବାଦ ମାଗିଥିଲେ । ବିଭିନ୍ନ ଦିନରେ ରାଜନେତା, ସାମାଜିକ କର୍ମୀମାନେ ଆସି ଦେବୀଙ୍କ ଦର୍ଶନ କରିଥିଲେ। ପ୍ରତିବର୍ଷ ଜରାସିଂହାର ଇଷ୍ଟଦେବୀ ମା’ଙ୍କ ଏହି ଭବ୍ୟ ପୂଜନୋତ୍ସବ ଆରମ୍ଭ ହୋଇଥାଏ ଦଶହରା କୃଷ୍ଣ ମୂଳାଷ୍ଟମୀଠାରୁ। ମୂଳାଷ୍ଟମୀ ଦିନ ମା’ଙ୍କଠାରେ ଲିଆ ତଥା ରାଜ ପ୍ରତିନିଧିଙ୍କ ଉପସ୍ଥିତିରେ ଖଣ୍ତାବସା, ଷୋଡ଼ଷ ଉପଚାର ପୂଜା ଆୟୋଜିତ ହୋଇ ପୂର୍ଣ୍ଣିମାରେ ଶେଷ ହୋଇଥାଏ । ଜରାସିଂହାର ଜମିଦାର ଦୁର୍ଗାପ୍ରସାଦ ସିଂହଦେଓ ମା’ ପାଟଖଣ୍ତା ଦେବତାଙ୍କ ମୁଖ୍ୟ ସେବକ ଭାବେ ଦାୟୀତ୍ୱ ତୁଲାଇଥିବା ବେଳେ ବରୁଆ ଭାବେ ସନ୍ତୋଷ ଥନାପତି ପୂଜା କାର୍ଯ୍ୟ ଓ ଯାତ୍ରା ସମ୍ପାଦନା କରିଥାନ୍ତି । ପାରମ୍ପରିକ ରୀତିନୀତି ଅନୁସାରେ ଯାତ୍ରାରେ ୩୨ଜଣ ଦେହେରୀ ନିଭିନ୍ନ କାମରେ ନିୟୋଜିତ ହୋଇଥାନ୍ତି ।

Leave A Reply

Your email address will not be published.