pakka

ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନ ମଣ୍ଡଳ ଓ ୱାଇଏମ୍ଏଫ୍‌ଆଇ ପକ୍ଷରୁ ଆଜି ସ୍ଥାନୀୟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସେକ୍ଟର – ୬ ପରିସରରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଏଥିରେ ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ ଅରୁଣ କୁମାର ମିଶ୍ର (ଆଇଏଫ୍‌ଏସ୍‌) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପାୱାର ପଏଣ୍ଟ ପ୍ରେଜେନଟେସନ ମାଧ୍ୟମରେ ସେ ବିଭିନ୍ନ ବନ୍ୟପ୍ରାଣୀ, ପଶୁ ପକ୍ଷୀଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଦିନକୁ ଦିନ ଅନେକ ପଶୁ ପକ୍ଷୀଙ୍କ ବଂଶ ଲୋପ ପାଉଥିବାରୁ ବିଭିନ୍ନ ବିରଳ ପ୍ରଜାତି ମାନଙ୍କର ସଂରକ୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜନସଚେତନତା ଦ୍ୱାରା ହିଁ ପଶୁ ପକ୍ଷୀଙ୍କ ଶିକାର ଓ କାରବାରକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଡ଼ଃ ମିଶ୍ର କହିଥିଲେ । ୱାଇଏମ୍ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପାନପୋଷ ଫରେଷ୍ଟ ରେଞ୍ଜର ଜ୍ଞାନେନ୍ଦ୍ର ଲିମା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିବିରରେ ଫରେଷ୍ଟର ରତନ କୁମାର ମହାନ୍ତିଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

two × one =