pakka

ବରଗଡ଼ର ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଆତ୍ମ ନିଯୁକ୍ତି କର୍ମଶାଳା ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ସ୍ଥାନୀୟ ରାଜୀବ ଭବନଠାରେ ନେହେରୁ ଯୁବକେନ୍ଦ୍ର, ବରଗଡ଼ ଦ୍ଵାରା ଏକ ନିଯୁକ୍ତି ଭିତ୍ତିକ କର୍ମଶାଳା ସ୍ଥାନୀୟ ସରପଞ୍ଚ ଯଥା ମୁଖ୍ୟ ଅତିଥି ଅଶୋକ ବାରିକଙ୍କ ଦ୍ଵାରା ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରାୟ ପାଞ୍ଚ ଖଣ୍ଡ ଗାଁରୁ ୧୮ ବର୍ଷରୁ ୩୫ ବର୍ଷ ପର୍ଯ୍ୟନ୍ତ ଯୁବକ ଯୁବତୀ ଯୋଗ ଦେଇ ନିଜର ନାମ ପଞ୍ଜିକରଣ କରିଥିଲେ । ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ସୋହେଲା ବ୍ଲକ ସଂଯୋଜକ ସଞ୍ଜୀବ ପ୍ରଧାନ, ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦେଶକ ଡି ଭୋସାଗର, ଗୋପାଳ ଜେନା, ଝସକେତନ ମେହେର, ଲୋକେଶ ଖମାରୀ । ବର୍ତ୍ତମାନ ଯୁଗରେ ଯୁବ ଗୋଷ୍ଠୀ ଚାକିରି ପଛରେ ନ ଗୋଡ଼ାଇ କିପରି ଭାବରେ ଦକ୍ଷତା ବିକାଶ ଶିକ୍ଷା ଗ୍ରହଣ କରି ଆତ୍ମ ନିର୍ଭର ହୋଇ ପାରିବେ, ତା ବିଷୟରେ ଅତିଥିମାନେ ବିଶଦ ଭାବରେ ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ପ୍ରାୟ ୪୦ ଜଣ ପ୍ରଶିକ୍ଷଣ ନେବା ପାଇଁ ନାମ ପଞ୍ଜିକରଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଜିଲ୍ଲା ଯୁବ ଅଧିକାରୀ ରୋସନ ଟଣ୍ଡନ, ପରିଚାଳନା କରିଥିଲେ ଉପଦେଷ୍ଟା କମିଟି ସଭ୍ୟ ତ୍ରିଲୋଚନ ଶତପଥୀ । ସହଯୋଗ କରିଥିଲେ କିଆଫୁଲ, ଅନିଲ ସାହୁ ଏବଂ ଅନ୍ୟ ମାନେ ।

Leave A Reply

Your email address will not be published.

2 × five =