ବନ୍ଧପଡା ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ : କେବଳ ଜରୁରୀକାଳୀନ ସେବା ପାଇଁ ଅନୁମତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଗ୍ରାମ ପଞ୍ଚାୟତର ବନ୍ଧପଡା ଗ୍ରାମରେ ଗୋଟିଏ ପରିବାରର ୫ ଜଣ କରୋନା ସଂକ୍ରମିତ ଓ ବୁଢାବାହାଲ ଗାଁରେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ବୋଲି ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ସମ୍ପୂର୍ଣ୍ଣ ପଞ୍ଚାଯତକୁ ସଟଡାଉନ ଘୋଷଣା କରିଛନ୍ତି । ବନ୍ଧପଡା ସରପଞ୍ଚ କୁମୁଦିନୀ ସେଠ ତାଙ୍କ ପତ୍ର ସଂଖ୍ୟା.୯୬ରେ ପଞ୍ଚାୟତକୁ ୭୨ ଘଣ୍ଟା ଅର୍ଥାତ୍ ଗତ ରାତି ୧୨ ଟାରୁ ୨୧ତାରିଖ ରାତି ୧୨ ଟା ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏଥିରେ ଜରୁରିକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟତକୁ ବନ୍ଦ କରାଯାଇଛି । ଏହା ପଞ୍ଚାୟତର ସମସ୍ତ ଗ୍ରାମରେ ଲାଗୁ ହେବ ବୋଲି ଭାର ପ୍ରାପ୍ତ ଜିଲ୍ଲାପାଳ କହିଛନ୍ତି । କଣ୍ଟେନମେଣ୍ଟ ଜୋନରେ ଲାଗୁ ହୋଇଥିବା ସମସ୍ତ ନିୟମକୁ ମାନିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚମାନେ ସଟଡାଉନ ଘୋଷଣା କରୁଛନ୍ତି । କିନ୍ତୁ ଗାଁଗୁଡିକରେ ରହୁଥିବା ରାଜନୈତିକ ଦଳର କିଛି କୁଜି ନେତା ଏହି ନିୟମକୁ ଭଣ୍ଡୁର କରିବାକୁ ଲୋକଙ୍କୁ ଉସୁକାଉ ଥିବାରୁ ସଟଡାଉନ ନିୟମ ଭଣ୍ଡୁର ହେଉଛି । ଏଣୁ ସରପଞ୍ଚଙ୍କ ସଟଡାଉନ ନିୟମକୁ ବନ୍ଧପଡାରେ କଡ଼ାକଡ଼ି ଭାବେ ପାଳନ କରିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.