ଉଦ୍ଧତ ଚୀନ୍‌ ଧମକ୍‌ ଦେଉଛି ଆମେରିକା ଓ ତାଇୱାନକୁ

ବେଜିଂ : ଉଦ୍ଧତ ଚୀନ୍‌ ଏବେ ଧମକ୍‌ ଦେଉଛି ଆମେରିକା ଓ ତାଇୱାନ୍‌କୁ । ନିଆଁ ସହ ଖେଳ ନାହିଁ ବୋଲି ଧମକ୍‌ ଦେଇଥିବା ସୂଚନାରେ କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ସେକ୍ରେଟାରୀ କୀଥ୍‌ କ୍ରେଚ୍‌ ତାଇୱାନ୍‌ରେ ଥିବା ସମୟରେ ଚୀନ୍‌ର ୧୮ଟି ଫାଇଟର୍‌ ଜେଟ୍‌ ତାଇୱାନ୍‌ ଆକାଶରେ ଉଡ଼ିଥିଲେ ଏବଂ ଜେଟ୍‌ଗୁଡ଼ିକ ଫେରିବା ପରେ ରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ତେବେ ବିଶେଷଜ୍ଞମାନଙ୍କ ମତ ଯେ, ଭାରତ ପରେ ତାଇୱାନ୍‌କୁ ଚୀନ୍‌ର ଧମକ ନିହାତି ଏକ ବିଶେଷ ସଂକେତ । ଉଦ୍ଧତ ଚୀନ୍‌ର ଏଭଳି ଦୁଷ୍ଟାମୀର ଉତ୍ତର ଆମେରିକା ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ନଥିବା କୁହାଯାଇଛି ।

Leave A Reply

Your email address will not be published.