ଆଜିଠୁ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ : ଜାଣନ୍ତୁ କିଏ କେଉଁ ଦଳର ଅଧିନାୟକ

ଦୁବାଇ : ଆଜିଠୁ ଦୁବାଇରେ ଆରମ୍ଭ ହେବ ଆଇପିଏଲ୍‌ । ସମସ୍ତ କରୋନା ଗାଇଡ଼୍‌ ଲାଇନ୍‌କୁ ନେଇ ପଡିଆକୁ ବାହାରିବେ ଖେଳାଳୀ ମାନେ । ପ୍ରାୟ ଆଠ ଗୋଟି ଦଳକୁ ନେଇ ଅନ୍‌ୁଷ୍ଠିତ ହେବ ଆଇପିଏଲ୍‌ ମ୍ୟାଚ୍‌ । ଏହି ଆଠଟି ଦଳର ଅଧିନାୟକ ମାନଙ୍କର ନାମ ଜାଣିଛନ୍ତିକି ଆପଣମାନେ? ଆସନ୍ତୁ ଜାଣିବା, କିଏ କେଉଁ ଦଳର ଅଧିନାୟକ ।
୧ : ଚେନ୍ନାଇ ସୁପର କିଙ୍ଗସ୍‌
ଏହି ଦଳର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ରହିବେ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ତିନି ଥର ଆଇପିଏଲ ଟ୍ରଫି ଜିତି ସାରଲାଣି । ଅନ୍ୟପଟେ ଧୋନୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାପରେ ବର୍ତ୍ତମାନ ଆଇପିଏଲ ଉପରକୁ ଫୋକସ୍‌ କରୁଛନ୍ତି ।
୨ : ଦିଲ୍ଲୀ କ୍ୟାପିଟାଲ୍‌
ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ଦଳର ଅଧିନାୟକ ହେଉଛନ୍ତି ଶ୍ରେୟାସ୍‌ ଆୟାର । ଶ୍ରେୟାସ୍‌ ଆୟାର ହେଉଛନ୍ତି ଭାରତୀୟ ଦଳର କ୍ରିକେଟର । ଶ୍ରେୟାସ୍‌ଙ୍କ ମ୍ୟାନେଜ୍‌ମ୍ୟାଣ୍ଟ ଭଲଥିବା ଯୋଗୁଁ ତାଙ୍କ ଉପରେ ଏବର୍ଷ ଦଳ ଭରସା କରିଛ ।
୩ : କିଙ୍ଗ୍‌ ଇଲେଭେନ୍‌ ପଞ୍ଜାବ
କେଏଲ୍‌ ରାହୁଲ୍‌ ଏହି ଦଳର ଅଧିନାୟକ ଭାବେ ଏଥର ପଡିଆକୁ ଓହ୍ଲାଇବେ । ରାହୁଲ୍‌ଙ୍କ ବ୍ୟାଟିଂ ଭଲ ଥିବା ସହିତ ତାଙ୍କର ୱିକେଟ୍‌ କିପିଂରେ ବି ସେ ଭଲ ପ୍ରଦର୍ଶନ କରନ୍ତି । ସେଥିପାଇଁ ଦଳ ଏ ବର୍ଷ ଅଧିନାୟକ ଭାବେ ତାଙ୍କୁ ଚୟନ କରିଛି ।
୪ : କୋଲକାତା ନାଇଟ୍‌ ରାଇଡର୍ସ
କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ହେଉଛନ୍ତି ଦିନେଶ କାର୍ତ୍ତିକ୍‌ । ଦିନେଶ ଭାରତୀୟ ଦଳର କ୍ରିକେଟର୍‌ । ସେ ଉଭୟ ବ୍ୟାଟିଂ ଓ ବଲିଂରେ ତାଙ୍କର ଉଚ୍ଚକୋଟୀର ପ୍ରର୍ଦଶନ ରହିଛି । ଗତ ବର୍ଷ ମଧ୍ୟ ଦିନେଶ ଏହି ଦଳର ଅଧିନାୟକ ଥିଲେ । ଯୋଉଁଥି ପାଇଁ ଦଳ ତାଙ୍କଠାରୁ ଚଳିତ ବର୍ଷ ମଧ୍ୟ ସଫଳତା ଆଶା କରିଛି ।
୫ : ମୁମ୍ବାଇ ଇଣ୍ଡିଆନ୍‌ସ୍‌
ଏହି ଦଳର ଅଧିନାୟକ ହେଉଛନ୍ତି ଭାରତୀୟ କ୍ରିକେଟର୍‌ ତଥା ହିଟ୍‌ ମ୍ୟାନ୍‌ ଭାବେ ପରିଚିତ ରୋହିତ୍‌ ଶର୍ମା । ରୋହିତଙ୍କ କ୍ୟାପ୍‌ଟେନ୍‌ସିପ୍‌ରେ ମୁମ୍ବାଇ ଇଣ୍ଡିଆନସ୍‌ ୪ଥର ଟ୍ରଫି ପାଇ ସାରିଲାଣି । ତେଣୁ ତାଙ୍କୁ ଏ ବର୍ଷ ମଧ୍ୟ ଦଳ ଚୟନ କରିଛି ଅଧିନାୟକ ଭାବେ ।
୬ : ରୟାଲ୍‌ ଚାଲେଂର୍ଜସ୍‌ ବେଙ୍ଗାଲୁରୁ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ହେଉଛନ୍ତି ରୟାଲ ଚାଲେଂର୍ଜସ ବେଙ୍ଗାଲୁରୁର ଅଧିନାୟକ । ବିରାଟ ଗେମ୍‌ ଚେଂଜର୍ସ ଭାବେ ସୁବୁଠାରେ ବେଶ୍‌ ପରିଚିତ ।
୭ : ରାଜସ୍ଥାନ ରୟାଲ୍‌ସ୍‌
ରାଜସ୍ଥାନ ରୟାଲ୍‌ସ୍ ଦଳର ଅଧିନାୟକ ହେଉଛନ୍ତି ଷ୍ଟିଭ୍‌ ସ୍ମିଥ୍‌ । ସେ ପୁର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଭାବେ ଓ ରାଜସ୍ଥାନ ଦଳରେ ମଧ୍ୟ ଥିଲେ । ଯୋଉଁଥି ପାଇଁ ଦଳର ଭରସା ତାଙ୍କ ଉପରେ ରହିଛି ।
୮ : ସନ୍‌ରାଇଜର ହାଇଦ୍ରାବାଦ୍‌
ଏହି ଦଳର ଅଧିନାୟକ ହେଉଛନ୍ତି ଅଷ୍ଟ୍ରେଲିଆ ଜାତୀୟ କ୍ର୍ରିକେଟ ଦଳର ଡେଭିଡ୍‌ ୱାର୍ଣ୍ଣର । ସେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଧ୍ୟ ଥିଲେ । ଆଇପିଏଲ୍‌ ବ୍ୟାଟିଂ କ୍ଷେତ୍ରରେ ଭଲ ପ୍ରର୍ଦଶନ ଯୋଗୁଁ ୩ ଥର ଅରେଂଜ କ୍ୟାପର ଭାଗିଦାରୀ ହେଇଛନ୍ତି ।

Leave A Reply

Your email address will not be published.